ମାଘ ମେଳା ମହୋତ୍ସବ କମିଟି ବୈଠକରେ ବିଧାୟକଙ୍କ ଆଲୋଚନା 

ନୟାଗଡ଼( ପ୍ରଭାକର ଶିରୋମଣି,୧୧/୧):- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମାଘ ମେଳା ମହୋତ୍ସବ ଆସନ୍ତା ଫେବୃଆରୀ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜିର ବୈଠକରେ ମହୋତ୍ସବ କମିଟି ର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସୂଚନା ଦେଇଥିଲେ l ମହୋତ୍ସବ ସରସ ସୁନ୍ଦର କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଉପସ୍ଥିତ ସଭ୍ୟ ମାନଙ୍କର ସହଯୋଗ କାମନା କରି ଆଲୋଚନାକୁ ଆଗେଇ ନେଇଥିଲେ l 
               ଆଜି ଶନିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଆୟୋଜିତ କମିଟିରେ କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣି ସଂଯୋଜନା କରିଥିଲା ବେଳେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ମହାରଣା ଓ ଉପଦେଷ୍ଟା କମିଟିର ନିର୍ଦେଶକ ଅଖିଳ କୁମାର ମହାରଣା ଆଲୋଚନାରେ ଅଂଶ ଗ୍ରହଣ କରି ମହୋତ୍ସବର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ  l ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ କୁମାର ମହାପାତ୍ର ମହୋତ୍ସବର ବିଭିନ୍ନ ଦିଗ ତଥା ଅତିଥି ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ବିଶେଷତଃ ଏହି ମହୋତ୍ସବର ସଫଳତା ନିମନ୍ତେ ନୟାଗଡ଼ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ବିଧାୟକଙ୍କୁ ଦାୟିତ୍ୱ ଦିଆଗଲା l 
           ଏହି ଆଲୋଚନା ସଭାରେ ଅନ୍ୟତମ  ଯୁଗ୍ମ. ସମ୍ପାଦକ  ଶ୍ରୀପତି ମହାରଣା , ଯୁଗଳ କିଶୋର ନାୟକ, ପ୍ରମୋଦ କୁମାର ଦଳେଇ., ସଚ୍ଚିଦାନନ୍ଦ ଦାଶ ଓ କମିଟିର ଉପସଭାପତି ଜିଲ୍ଲା ପରିଷଦ ସମସ୍ତ ସଭ୍ୟl ଉଜ୍ୱଳ ମହାରଣା   ଆଲୋଚନାରେ ଭାଗ ନେଇଥିଲେ l ଆଗାମୀ ଦିନରେ ସମ୍ପୃକ୍ତ ଯୁବ ସଭ୍ୟ ମାନଙ୍କ ସହାୟତାରେ ଅନ୍ୟାନ୍ୟ କମିଟିରେ ସାମିଲ କରାଯାଇ ମହୋତ୍ସବକୁ ଶୃଙ୍ଖଳିତ କରିବାକୁ ମତପ୍ରକାଶ ପାଇଥିଲା l ଏହି ମହୋତ୍ସବ କମିଟିରେ କଟକ ଲୋକସଭା ସାଂସଦ ଙ୍କ ବ୍ଳକ ପ୍ରତିନିଧି ଚନ୍ଦ୍ର କାନ୍ତ ବଳିୟାର ସିଂ ନିମନ୍ତ୍ରିତ  ସଭ୍ୟ ଭାବରେ ଉପସ୍ଥିତ ରହି ମହୋତ୍ସବ କମିଟିର ସଫଳତା କାମନା କରିଥିଲେ l 
             

You might also like
error: Content is protected !!