ଜିଲ୍ଲାପାଳଙ୍କ ଦିନିକିଆ ଛେଳାଗଡ ପରିଦର୍ଶନ, ୩୯ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରବେଶ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଅନ୍ତର୍ଗତ ଛେଳାଗଡ ପଞ୍ଚାୟତକୁ ଜିଲ୍ଲାପାଳ ଦିନକିଆ ପରିଦର୍ଶନ ଆସି ସ୍ବତନ୍ତ ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଛେଳାଗଡ ଗ୍ରାମ ପଞ୍ଚାୟତ ଗ୍ରସ୍ତ ଆସି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କ ସମସ୍ୟ ନେଇ ଆଲୋଚନା କରିଥିଲେ । ପ୍ରଥମେ ଗଡର ଗ୍ରାମରେ ଯେଉଁମାନେ ଆଇଟିଆଇ କରିଛନ୍ତି ଏବଂ ସରକାରଙ୍କ କିଛି ଯୋଜନାରେ କାର୍ଯ୍ୟ କରିବା ପାଇଁ ଇଛା ଥିଲେ ସେମାନଙ୍କ ପାଇଁ ମଧ୍ୟ କିଛି ନିଯୁକ୍ତି ଦେବା ପାଇଁ କହିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କ ଘରକୁ ଯାଇ ଫିତା କାଟି ଗୃହ ପ୍ରବେଶ କରିଥିଲେ । ଏଥମଧ୍ୟରୁ ଛେଳାଗଡ ଗ୍ରାମରେ ୫ ଗୋଟି ଏବଂ ଡେଙ୍ଗାଆମ୍ବ ୩ ଗୋଟି ପୁଣି ଗଡର ଗ୍ରାମରେ ୩୯ଟି ଫିତା କାଟି ଗୃହ ପ୍ରବେଶ କରାଇ ହିତାଧିକାରୀଙ୍କୁ ଉତ୍ସାହ କରିଥିଲେ । ଜିଲ୍ଲାପାଳ ଗଡର ଗ୍ରାମରେ ଯେଉଁ ୩୯ ଗୋଟି ପ୍ରଧିନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ ସବୁ ହିତାଧିକାରୀ ମାନେ ୩୯ ଗୋଟି ଘର ସମ୍ପୂଣ୍ଣ କରିଥିବାରୁ ଜିଲ୍ଲାପାଳ ବେସ୍ ଖୁସି ହେବା ହୋଇଥିଲେ । ପ୍ରାୟ ହିତାଧିକାରୀମାନେ ବୋନସ ଟଙ୍କା ପାଇ ନ ଥିବାରୁ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ଗଡର ଗ୍ରାମର ଦୁଖା ପୂଜାରୀକୁ ଉଦ୍ୟାନ ବିଭାଗ ଦିଆଯାଇଥିବା ଆଳୁ ଚାଷକୁ ଦେଖିଥିଲେ । ଏହାପରେ ଜିଲ୍ଲାପାଳ ଛେଳାଗଡ ଗ୍ରାମର ଶିବ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ଏବଂ ଛେଳାଗଡ ଗ୍ରାମରେ ଥିବା ବିଏସ୍ଏଲ୍ ଟାଓ୍ବାର ଉପରେ ମଧ୍ୟ ଯେଉଁ ସମସ୍ୟା ଲାଗିଛି ତାକୁ ଯଥା ଶ୍ରିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ, ତହସିଲିଦାର ଜ୍ୟୋତିମୟ ଦାସ, ସମାଜ ସେବି ଜଗବନ୍ଧୁ ଦାସ, ସିଡିପିଓ ଅନିତା ପୂଜାରୀ, ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତିସଭ୍ୟା ଶ୍ରୀମତୀ ଶିବାନି ଦଳବେହେରା, ସହକାରୀ ନିର୍ବାହୀ ଯନ୍ତୀ, କନିଷ୍ଠ ଯନ୍ତୀ, ପିଇଓ ସଶାଙ୍କ ସେଖର ସୁବୁଦ୍ଧି, ନାଏବେ ସରପଞ୍ଚ ଓ ଓ୍ବାର୍ଡସଭ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

You might also like
error: Content is protected !!