ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ସ୍ବାର୍ଡ : ସିଏଚ୍‌ଏସସି ଅଧ୍ୟକ୍ଷକଙ୍କ ସୂଚନା, ପରୀକ୍ଷା ପରିଚାଳନାରେ ରହିବେନି ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ । କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ବାର୍ଡ ପହଂଚି ପାରୁ ନଥିଲେ । ରାଜ୍ୟସ୍ତରୀୟ ସ୍କ୍ବାର୍ଡ ଗଠନ ହେଉଥିଲା । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ କରି ସଫଳତା ମିଳିଥିଲା ।

ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ବାର୍ଡ ମୁତୟନ ହେବେ ବୋଲି କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା । ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟେ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ CHSE ବହନ କରିବ । ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି ।

You might also like
error: Content is protected !!