ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା: ଆଜିଠୁ ଫର୍ମପୂରଣ

ଖୋର୍ଦ୍ଧା (ସଞ୍ଜୀବ କୁମାର):- ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନେଇ ବଡ ଖବର। ପ୍ରାଥମିକ ଓ ହାଇସ୍କୁଲ୍ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ପିଏମ୍.ଏସ୍.ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରୀକ୍ଷାରେ ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ କେବଳ ଭାଗ ନେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଫର୍ମପୂରଣ କରିବା ପାଇଁ ପରୀକ୍ଷାର୍ଥୀ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ସବିଶେଷ ତଥ୍ୟ ପାଇପାରିବେ।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଆବେଦନ ବ୍ଲକ୍ ଶିକ୍ଷାଧିକାରୀଙ୍କ ଜରିଆରେ କରାଯିବ। ସେହିପରି ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଆବେଦନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନଲାଇନରେ ହେବାକୁ ଥିବା ଏହି ଆବେଦନ କିମ୍ବା ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଫର୍ମ ପୂରଣ ଶେଷ ହେବା ପରେ ପରୀକ୍ଷା ସମୟ ନିର୍ଘଣ୍ଟ ସମ୍ପର୍କରେ ଖୁବଶୀଘ୍ର ଅବଗତ କରାଇ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

You might also like
error: Content is protected !!