ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ

ଖୋର୍ଦ୍ଧା ( ସଞ୍ଜୀବ କୁମାର):-ଚାଇନାର ନୂଆ ଭାଇରସ ଏଚଏମପିଭି ଏବେ ଭାରତରେ ଆତଙ୍କ ଖେଳାଇ ଦେଇଛି। ଏହାକୁ ନେଇ ସୋଶାଲ ମିଡିଆ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବଡ଼ବଡ଼ ଖବର ପ୍ରକାଶ ପାଉଛି। ଲୋକମାନେ ନୂଆ ଭାଇରସକୁ ନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। କିନ୍ତୁ ଏହାରି ଭିତରେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି।
ତାଙ୍କ କହିବା କଥା ଯେ ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ।

ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହାର ଅର୍ଥ ଏଚଏମପିଭିକୁ ମାତ ଦେବା ପାଇଁ କୌଣସି ସ୍ୱତନ୍ତ୍ର ଔଷଧର ଆବଶ୍ୟକ ନଥିବା ଡାକ୍ତର ଗୁଲେରିଆଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

ଏହା ବିଶ୍ୱରେ ପୂର୍ବରୁ ହିଁ ରହିଛି। ଭାଇରସ ସାଧାରଣ ଅସୁସ୍ଥତା ସୃଷ୍ଟି କରିଥାଏ। ଅଧିକ ବୟସ୍କ, ନବଜାତ, କିଶୋର ଓ ବହୁବିଧ ରୋଗରେ ପୀଡ଼ିତଙ୍କ କ୍ଷେତ୍ରରେ ଏହା ନିମୋନିଆ ସୃଷ୍ଟି କରିପାରେ। କିଶୋର ଓ ବୟସ୍କ କ୍ଷେତ୍ରରେ ଭାଇରସ ଯୋଗୁ ଶ୍ୱାସଜନିତ ସମସ୍ୟା ସୃଷ୍ଟି ବି ହୋଇଥାଏ। ଏପରି କି ହସ୍ପିଟାଲ ଯିବାକୁ ମଧ୍ୟ ପଡ଼ିପାରେ ବୋଲି ଗୁଲେରିଆ କହିଛନ୍ତି।

ସେ ଆହୁରି କହିଛନ୍ତି, “ଭାଇରସ ନିଜେ ହିଁ ନିଜର ସୀମା ଭିତରେ ରହିଥାଏ। ଏହା କ୍ଷଣ ସ୍ଥାୟୀ। ଆପଣମାନଙ୍କୁ କେବଳ ଲକ୍ଷଣଗୁଡ଼ିକର ଚିକତ୍ସା କରିବାର ରହିଛି। ଜ୍ୱର ପାଇଁ ମେଡିସିନ ଖାଆନ୍ତୁ। ଯଦି କଫ ଓ କାଶ ହେଉଛି, ସେନେଇ ସାଧାରଣ ମେଡିସିନ ନିଅନ୍ତୁ। ନିଜକୁ ହାଇଡ୍ରେଡ ରଖନ୍ତୁ ଓ ଭଲ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।

ଏଚଏମପିଭି ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଆଣ୍ଟି ଭାଇରାଲ ଔଷଧ ନେବାର ଆବଶ୍ୟକ ନାହିଁ। ଏହା ଏକ ଭାଇରାଲ ସଂକ୍ରମଣ ହୋଇଥିବାରୁ ଆଣ୍ଟିବାୟୋଟିକ୍ସର ମଧ୍ୟ ଦରକାର ନାହିଁ। ଭାଇରସ ଯେକୌଣସି ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରେ। କାରଣ ଇନଫ୍ଲୁଏଞ୍ଜା ଭଳି ଏହା ଏକ ଡ୍ରପଲେଟ ସଂକ୍ରମଣ। ତେଣୁ ଲୋକମାନେ ଯଥା ସମ୍ଭବ ପରିଷ୍କାର ରୁହନ୍ତୁ ଓ ହାତ ସଫା କରନ୍ତୁ।”

You might also like
error: Content is protected !!