ନିଖୋଜ ଛାତ୍ର ଖୋଜି ଆଣିବା ଦାବିରେ ସ୍କୁଲରେ ତାଲା ପକାଇଲେ ଯୁଗାପଦର ଗ୍ରାମବାସୀ

ଚନ୍ଦ୍ରପୁର l କୈଳାଶ ମାଳବିଷୋୟୀ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସରଡ଼ା SSD ଆଶ୍ରମ ବିଦ୍ୟାଳୟ ନିଖୋଜ ଛାତ୍ରକୁ ଖୋଜି ଆଣିଦେବା ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ଛାତ୍ର ନିଖୋଜ ହେବାର ଦୁଇ ମାସ ପରେ ଵି ଛାତ୍ରର ଖୋଜ ଖବର ପାଇନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଯୁଗାପଦରର ଗ୍ରାମବାସୀ। ସୂଚନା ଆନୁଯାୟୀ ଯୁଗାପଦରର ଗ୍ରାମର ସ୍ଵର୍ଗତ ମନୋଜ ଶବରଙ୍କ ୧୨ବର୍ଷୀୟ ପୁଅ କୁନାଲ ଡାଙ୍ଗସୋରଡ଼ା SSD ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢୁଥିଲା ।

ନିଖୋଜ ଛାତ୍ର ଖୋଜି ଆଣିବା ଦାବିରେ ସ୍କୁଲରେ ତାଲା ପକାଇଲେ ଯୁଗାପଦର ଗ୍ରାମବାସୀ

ଗତ ଜୁଲାଇ ୩୧ ତାରିଖ ଦିନ ସେ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲା । ଏନେଇ ପରିବାର ଲୋକେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଭୟ ଡାଙ୍ଗସରଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛନ୍ତି। ଦୀର୍ଘ ଦୁଇ ମାସ ହେବ ଛାତ୍ର ର କୌଣସି ପତ୍ତା ନ ମିଳିବାରୁ ଆଜି ପରିବାର ଓ ଗ୍ରାମବାସୀ ମିଶି ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ ।

ନିଖୋଜ ଛାତ୍ର ଖୋଜି ଆଣିବା ଦାବିରେ ସ୍କୁଲରେ ତାଲା ପକାଇଲେ ଯୁଗାପଦର ଗ୍ରାମବାସୀ

ଖବରପାଇ ମୁନିଗୁଡ଼ା ଥାନା ଏସଡିପିଓ ସନ୍ତୋଷୀନି ଓରାମ ଓ ମୁନିଗୁଡା ଥାନା ଅଧୀକାରୀ ଲଳିତ ମୋହନ ସାଗର ବିଦ୍ୟାଳୟ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ପରେ ତାଲା ଖୋଲିଥିଲା ।

Smart Computer Ad
You might also like
error: Content is protected !!