ଅମିୟ ବାଳା ଚାଲିଗଲେ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଶିଷ୍ଟ ଶିକ୍ଷାବିତ୍ତ,ଲେଖିକା ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅମିୟ ବାଳା ପଟନାୟକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ 78 ବର୍ଷ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ସେ ଜଣେ ଶିକ୍ଷାବିତ୍ତ ସ୍ନେହି ଓ ସ୍ୱଷ୍ଟବାଦୀ ଥିଲେ। ତାଙ୍କର ଉଚ୍ଚ କୋଟିର ସାହିତ୍ୟ, ଲେଖା ଓ ଅନୁବାଦ ପାଇଁ ବହୁ ପ୍ରଶଂସା ଓ ପୁରସ୍କାର ପାଇଛନ୍ତି l ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଅନ୍ୟାୟ ଅବିଚାର ବିରୁଦ୍ଧରେ ପ୍ରତିବାଦ କରିବା ଓ ଅଧିକାର ପାଇଁ ଲଢ଼ିବା ନୀତିରୁ କେବେବି ପଛକୁ ହଟି ନ ଥିଲେ।