ବାଲିଗୁଡା ବିଜେପି ପକ୍ଷରୁ ନଗର ସଭାପତି ଚୟନ


ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ନଗର ସଭାପତି ଭାବେ ଚୟନ ହୋଇଛନ୍ତି ମନୋଜ କୁମାର ରଥ। ଚୟନ ହେବା ପରେ ଆଗାମୀ ଦିନରେ ସାଂସଦ ଯାହା ଦାୟିତ୍ଵ ଦେବେ ତାକୁ ମୁଁ ସୁଚାରୁ ରୂପେ ତୁଲାଇବା ସହ ଦଳକୁ ସଂଗଠନ କରିବି ଏବଂ ବାଲିଗୁଡ଼ା ଏନ୍ ଏସି ର ବିକାଶ ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ମନୋଜ କୁମାର ରଥ । ଚୟନ ହେବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । ସେପଟେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବାଲିଗୁଡ଼ା ଅଞ୍ଚଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ମନୋଜଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

You might also like
error: Content is protected !!