ଚନ୍ଦ୍ରପୁର ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ପ୍ରତିଯୋଗିତା

ଚନ୍ଦ୍ରପୁର(କୈଳାସ ମାଳବିଶୋଇ):- ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚନ୍ଦ୍ରପୁର ବ୍ଲକ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଇଂରାଜୀ ଓ ଓଡ଼ିଆରେ କୁଇଜ୍ ,ପ୍ରବନ୍ଧ ଲିଖନ ଓ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତା ଅାୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ କଇନ କିମ୍ବାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର ସଭାପତି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିବା ସହିତ ଛାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ରେ ଭାଗନେବାକୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗି ଓ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଉପସ୍ଥିତ ଥିଲେ। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କେଶବ ବେହେରା ମଣ୍ଡଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରିବା ସହିତ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଆହ୍ବାନ ଦିଆଯାଇଥିଲା। ଉକ୍ତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗିତାକୁ ସୁପରିଚାଳନା କରିଥିଲେ।

You might also like
error: Content is protected !!