ବୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ
ଆର,ଉଦୟଗିରି( ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଳକ୍ ଅନ୍ତର୍ଗତ ଛେଳିଗଡ଼ ମଧ୍ୟମ ଜଳ ପ୍ରକଳ୍ପକୁ ଆଜି ଓଡ଼ିଶାର ଉଚ୍ଚତମ ନିୟାଳୟ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଛେଳିଗଡ଼ ମଧ୍ୟମ ଜଳ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଛେଳିଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାକିଲି ,ତିଳିଗାଁ , ବିଦ୍ୟାଧରପୁର , ଚ଼ଡିଆପଦା , ଓ ସୁଗୁବା ଗ୍ରାମ ସବୁ ବିସ୍ତାପିତ ହେବାକୁ ଥିବା ଅଞ୍ଚଳକୁ ଗ୍ରସ୍ତ କରି ବିସ୍ତାପିତ ମାନଙ୍କ ସହ ଆଲୋଚନା କରିଥିଲେ I ତେବେ ବିସ୍ତାପିତ ମାନଙ୍କର ଥଇଥାନ ଏବଂ ସେମାନଙ୍କର କ୍ଷତିପୁରଣ କିଭଳି ଭାବେ ପୁରଣ ହୋଇ ପାରିବ ସେ ନେଇ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଜିଲାପାଳ ଙ୍କ ଗସ୍ତ ସମୟରେ ବୁଡ଼ି ଅଞ୍ଚଳର ସତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ | ସଂଗ୍ରାମ ସମିତିର ସଭାପତି ଶ୍ରୀ ଚୈତନ୍ୟ ସାହୁ ଏବଂ ସଂପାଦକ ଶ୍ରୀ ରମାକାନ୍ତ ପ୍ରଧାନ ଙ୍କ ଅଭିଯୋଗ ଯେ ଅନେକ ସମୟରେ ବିଭାଗୀୟ ଯନ୍ତ୍ରୀ ଶ୍ରୀ ବିରେନ୍ଦ୍ର କୁମାର ଜଗତ କାର୍ଯ୍ୟାଳୟରେ ନ ରହି କେତେବେଳେ ନିଜ ଘରେ ପୁଣି ରେଢାଖୋଲରେ ଅଛି ବୋଲି କହନ୍ତି ତେଣୁ ଏପ୍ରକାର ପରିସ୍ଥିତିରେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇଥିଲେ ।ପୁଣି ନିୟାର୍ଯ୍ୟ ଦାବି ଏବଂ କ୍ଷତିପୁରଣ ପାଇଁ ଅଡି ବସିଥିଲେ ତାହା ଯେପରି ଖୁବ୍ସିଘ୍ର ପନ୍ଦର ଦଫା ଦାବି ପୁରଣ ହୋଇ ପାରିବ ଏବଂ ପୁଣି କାର୍ଯ୍ୟ ଯଦି ଅବହେଳା ହୁଏ ତେବେ ଆଗାମୀଦିନରେ ରାଜ ରାସ୍ତା କୁ ଓଲ୍ହାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସଂଗ୍ରାମ ସମିତି ସେ ନେଇ ବୁଢ଼ି ଅଞ୍ଚଳ ବାସିଙ୍କ ସହ ଆଲଚ଼ନା କରିବା ସହ କେତେକ ବିଭିନ୍ନ ଅଞ୍ଚଳ ସହ ସୁଡୁଙ୍ଗ ଟର୍ଣ୍ଣେଲ୍ କେନାଲ କୁ ମଧ୍ୟ ପରିଦର୍ଶନ କରିଥିଲେ | ଜିଲ୍ଲା ପାଳଙ୍କ ଏହି ମସ୍ତ ସମୟରେ ସ୍ୱତନ୍ତ୍ର ଭୁଅର୍ଜନ ଓ ଥଇଥାନ ଅଧିକାରି ପୁଣି ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ତିତ ରହିଥିଲେ l