ନୂତନ ରାଜ୍ୟପାଳଙ୍କୁ ସାକ୍ଷତ କଲେ ପାରଳା ବିଧାୟକ

ଆର,ଉଦୟଗିରି (ମନୋଜ ପାଢୀ): ନୂତନ ଭାବେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଡ଼.ହରିବାବୁ କାମ୍ଭମପତିଙ୍କୁ ଭୁବନେଶ୍ୱର ସ୍ଥିତ ରାଜଭବନ ଠାରେ ସାକ୍ଷାତ କରି ସ୍ୱାଗତ ଜଣାଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓଡିଶାର ଉନ୍ନତି କିଭଳି ହେବ ସେନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ମୋହନା ବିଧାୟକ । ରାଜ୍ୟପାଳ ଓଡିଶାର ରାଜ୍ୟପାଳ ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ । ମିଜୋରମ ରାଜ୍ୟର ରାଜ୍ୟପାଳ ପୂର୍ବରୁ ଆନନ୍ଧ୍ରପ୍ରଦେଶର ଭାରତୀୟ ଜନତା ଦଳ ରାଜ୍ୟ ସଭାପତି ଥିଲେ । ୨୦୧୪ ରୁ ବିଗତ ବିଶାଖାପାଟଣା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ରାଜ୍ୟପାଳଙ୍କ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପାରଳା ବିଧାୟକ ରୁପେଶ ପ୍ରାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

You might also like
error: Content is protected !!