ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ଯୋଗଦାନ

ଆର,ଉଦୟଗିରି(ମନୋଜ ପାଢୀ,୫/୧)ଭୁବନେଶ୍ବରରେ ଆୟୋଜିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପରିଷଦରେ ପାରଳାଖେମୁଣ୍ଡି ବିଧାୟକ ରୂପେଶା ପାଣିଗ୍ରାହୀ ଯୋଗ ଦାନ କରି ନିଜର ବିଚାର ରଖିଛନ୍ତି। ଦକ୍ଷିଣ ଓଡ଼ିଶାର ସାତଟି ଜିଲ୍ଲା କୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଏଥିରେ ସାମିଲ ରହିଛି। ଉକ୍ତ ପରିଷଦର ଅଧ୍ୟକ୍ଷ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ସାତଟି ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଙ୍କୁ ନେଇ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ଏହି ଅବସରରେ ଏହି ସାତଟି ଜିଲ୍ଲାର ସମସ୍ତ ବ୍ଳକ କୁ ସାମିଲ କରିବା ସହ ସମସ୍ତଙ୍କ ବିକାଶ କ୍ଷେତ୍ରରେ ବିକାଶ ମୁଳକ କାର୍ଯ୍ୟ କୁ ଆଗେଇ ନେବାକୁ ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଥିଲେ।

You might also like
error: Content is protected !!