ପୁରାତନ ପାନ୍ଥଶାଳା କୁ ଅତିଥି ଭବନ କରାଯାଉ
ନୟାଗଡ଼,(ପ୍ରଭାକର,ଶିରୋମଣି): ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠ ପୁରୀ ଶ୍ରୀ ଜଗନ୍ନାଥ ଧାମର ଆଦି ପୀଠ ଭାବରେ ସାର୍ବଜନୀନ ହୋଇଥିଲାବେଳେ ଆବଶ୍ୟକୀୟ ସୁବିଧା ନଥିବାରୁ ଦିନରେ ହେଉଥିବା ଚଳଚଞ୍ଚଳ ସନ୍ଧ୍ୟା ପୂର୍ବରୁ ଫିକା ହୋଇ ଯାଇଥିବା ଲକ୍ଷ୍ୟ କରାଯାଉଛି ରାଜ୍ୟର ଜୀବନ ରେଖା କୁହାଯାଉଥିବା ମହାନଦୀ କଣ୍ଟିଲୋ ତଟ ବର୍ତ୍ତୀ ଅଞ୍ଚଳ ରେ ଅବସ୍ଥିତ ଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସୁରମ୍ୟ ନଦୀର ବିସ୍ତୃତ ବାଲୁକା ଶଯ୍ୟା, ନୀଳ ଗମ୍ଭୀର ଜଳରାଶି ଓ ମହାନଦୀର ଅପର ପାର୍ଶ୍ୱରେ ଲମ୍ବି ଯାଇଥିବା ନୀଳ ସବୁଜ ଶୈଳ ଶ୍ରେଣୀ ସମସ୍ତ ପର୍ଯ୍ୟଟକ ମାନଙ୍କ ମନ ହରଣ କରୁଥିଲା ବେଳେ ଆଗାମୀ ଦିନରେ ମନ୍ଦିର ପଶ୍ଚିମ ପାର୍ଶ୍ଵ ମହାନଦୀ ଦକ୍ଷିଣ ପାର୍ଶ୍ଵ ମାଳବନ୍ଧ ନବୀ କରଣ ଦର୍ଶକ ମାନଙ୍କ ହୃଦୟ କୁ ନିଶ୍ଚିନ୍ତ ଭାବରେ ଆକର୍ଷିତ କରିବ ଏଥିରେ ସନ୍ଦେହ ନାହିଁ ଯେପରି l ଅପର ପକ୍ଷରେ ନୀଳମାଧଵ ବ୍ରହ୍ମlଦ୍ରି ପାହାଡ଼ ଓ ପଦ୍ମlଦ୍ରି ପାହାଡ଼ ଉପରୁ ମହାନଦୀର ସ୍ବର୍ଗୀୟ ସୁଷମା ଅବଲୋକନ କରିବା ସଙ୍ଗେ ସୂର୍ଯ୍ୟାସ୍ତର ଅପରୂପ ସୌନ୍ଦର୍ଯ୍ୟ ଅପାସୋରା ହୋଇ ରହିଯିବ ସବୁଦିନ ପାଇଁ l ସମସ୍ତ ଦର୍ଶକ ଏହି ଦୃଶ୍ୟ ଉପଭୋଗ କରୁଥିଲା ବେଳେ ଇଚ୍ଛା ହୁଏ କଳ୍ପlନ୍ତର ଠାକୁର ପ୍ରଭୁ ଶ୍ରୀ ନୀଳମାଧଵଙ୍କ ପାଦ ଦେଶରେ କୌଣସି ଠାରେ ରାତ୍ରୀ ରହଣି ର ସ୍ବପ୍ନ ଦେଖି ନିରାଶ ହୋଇଥାଏ କାରଣ ଏଠାରେ ରାତ୍ରୀ ରହଣି ପାଇଁ ନାହିଁ ସରକାରଙ୍କର ଅତିଥି ଭବନ ଆଉ ଉନ୍ନତ ମାନର ହୋଟେଲ l ଏହି କାରଣରୁ ସୂର୍ଯ୍ୟାସ୍ତ ପୂର୍ବରୁ ନିରାଶ ମନରେ. ଯାତ୍ରୀ ତଥା ପର୍ଯ୍ୟଟକ ନିଜ ନିଜ ବାଟରେ ଫେରି ଯାଇ ଥାନ୍ତି l ଉଲ୍ଲେଖ ଯୋଗ୍ୟ କଣ୍ଟିଲୋ ଏକ ବାଣିଜ୍ୟ କେନ୍ଦ୍ର l କଂସା ଓ ପିତ୍ତଳ ବାସନ ନିର୍ମାଣରେ ସମଗ୍ର ଦେଶରେ ଖ୍ୟାତି ଅର୍ଜ୍ଜନ କରିଥିଲା ବେଳେ ବିଦେଶରେ ଆଦୃତ ହୋଇଥିବା ଜଣାଯାଏ l ସେଥି ପାଇଁ କନ୍ୟାର ବିବାହ ପାଇଁ କଂସା ଓ ପିତ୍ତଳ ବାସନ କିଣିବା ପାଇଁ ଏଠାରେ ଭିଡ଼ ଜମିଥାଏ l କେବଳ ପ୍ରଭୁ ଶ୍ରୀ ନୀଳମାଧଵଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ସ୍ମୃତି କୁ ସାଇତି ରଖିବା l