ଆଓଲା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):ଭଞ୍ଜନଗରରେ ଅନୁଷ୍ଠିତ ୫୩ତମ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀରେ ନିର୍ବାଚିତ ହୋଇଥିବା ଗଞ୍ଜାମ ଓକିଲ ସଂଘର ତିନି ଜଣ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ,ନୟନ ଚନ୍ଦ୍ର ମହାପାତ୍ର ଓ କୁଞ୍ଜ ବିହାରୀ ପଣ୍ଡାଙ୍କୁ ଗଞ୍ଜାମ ଓକିଲ ସଂଘର ବହୁ ସଦସ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି l ଶ୍ରୀ ମହାପାତ୍ର ଓ ଶ୍ରୀ ପାଣିଗ୍ରାହୀ ଉପ-ସଭାପତି ଭାବରେ ଓ ଶ୍ରୀ ପଣ୍ଡା ସହ- ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବାରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘକୁ ଗଞ୍ଜାମ ଓକିଲ ସଙ୍ଘ ସଦସ୍ୟ ମାନେ ଧନ୍ୟବାଦ ଜଣାଇଛନ୍ତି l ନିର୍ବାଚିତ ସଦସ୍ୟ ମାନେ ସମର୍ଦ୍ଧନା ସଭାରେ କହିଛନ୍ତି ସେମାନେ ଓକିଲଙ୍କ ସ୍ୱାର୍ଥ ଓ ବୃତ୍ତିଗତ ନୈତିକତା ରକ୍ଷା ଦିଗରେ କାମ କରିବେ l ସଙ୍ଘର ରାଜ୍ୟ ସଭାପତି ଶିଶିର ପାଢ଼ୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସ୍ୱାସ୍ଥ୍ୟର ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା lଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡା,ଅଶୋକ ଶୁକ୍ଲ ,ବିରଞ୍ଚି ନାରାୟଣ ମହାପାତ୍ର, ହିରକ୍ ରଥ,ଅରୁଣ ବିଶ୍ଵାଳ ,ମଦନ ପାତ୍ର ,ସଞ୍ଜୟ ମିଶ୍ର ,ବରୁଣ ଗୌଡ଼, କମଳ ପଣ୍ଡା ରାମ କୃଷ୍ଣ ମହାରଣା ,ରାମଚନ୍ଦ୍ର ପଣ୍ଡା ,ସନ୍ତୋଷ ସାହୁ, ସୁଧାଂଶୁ ସେଠୀ ,ସଞ୍ଜୟ ଜେନାଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ ।