ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଖୋର୍ଦ୍ଧା(ସଞ୍ଜୀବ କୁମାର):ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ ।

ହାତରେ ଆଉ ପୁଳା ପୁଳା ପ୍ରେସକିପସନ ଧରିକି ଯିବାକୁ ପଡିବନି । ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଡିଜିଟାଏ ହେଲଥ୍ ମିଶନ ଲାଗୁ କରାଇବାକୁ ଯାଉଛନ୍ତି । ଏହି ନ୍ୟାସନାଲ ହେଲଥ୍ ଅଥରିଟି ଅଧିନରେ ରହିବ ‘ଆଭା କାର୍ଡ’ । ଫେବୃୟାରୀ ପୂର୍ବରୁ ଏହି କାର୍ଡ ପାଇଁ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି ।

ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ଡିଜିଟାଲ କାର୍ଡ ‘ଆଭା’ରେ କ୍ୟୁଆର କୋର୍ଡ ମଧ୍ୟ ରହିବ । ଯେଉଁଥିରେ ସ୍କାନ କରିବା ମାତ୍ରେ ରୋଜୀଙ୍କର ସମସ୍ତ ତଥ୍ୟ ଏତିରେ ଉପଲବ୍ଧ ଥିବ । ତେବେ ଏଥିପାଇଁ ପ୍ରଥମେ ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରିପାରିବେ । ଫେବୃଆରୀରେ ଆୟୁଷ୍ମାନ ଭାରତ ସହ ଏହି ଆଭା କାର୍ଡ ମିଳିବ ।

କ’ଣ ଏହି ଆଭା କାର୍ଡ?

ଆଭା ହେଉଛି ‘ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଟ’ । ଯାହାକି ଏଟିଏମ ଏବଂ ପାନ୍ କାର୍ଡ ଭଳି କାର୍ଯ୍ୟ କରିଥାଏ । ଏଥିରେ ଆୟୁଷ୍ମାନ ଯୋଜନାର ହିତାଧିକାରୀମାନେ ପଞ୍ଜିକରଣ କରିବା ବେଳେ ସେମାନଙ୍କ ଏହି କାର୍ଡ ମିଳିବ । ଯେଉଁଥିରେ ରୋଗୀଟି କେଉଁଠି କେତେବେଳେ, କେଉଁ ରୋଗର ଚିକିତ୍ସା କରିଛି ସବୁ ତଥ୍ୟ ରହିବ । ଏହାଦ୍ବାରା ଅନ୍ୟ ସମୟରେ ରୋଗୀଟି ଡାକ୍ତରଙ୍କ ନିକଟକୁ ଗଲେ ତାକୁ ଆଉ ପୁରୁଣା ପ୍ରେସକ୍ରିପସନ୍ ନେବାକୁ ପଡିବ ନାହିଁ ।

ତେବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ତରଫରୁ ଏହି କାର୍ଡ ଜାରି କରାଯାଏ । ଏହି କାର୍ଡ ମାଧ୍ୟମରେ ଆପଣ ନିଜର ମୂଲ୍ୟବାନ ସମୟ ଏବଂ ଅର୍ଥରାଶି ଉଭୟ ବଞ୍ଚେଇପାରିବେ। ହସ୍ପିଟାଲରେ ଆପଣଙ୍କୁ ଟୋକନ୍ ନେବା ପାଇଁ ଲମ୍ବା ଲାଇନ୍ ରେ ଛିଡା ହେବାକୁ ପଡିବ ନାହିଁ। ହସ୍ପିଟାଲରେ ଲାଗିଥିବା କ୍ୟୁଆର୍ କୋଡକୁ ସ୍କାନ କରିବେ ଏବଂ ହସପିଟାଲକୁ ଆପଣଙ୍କ ମେଡିକାଲ ରିପୋର୍ଟ ସେୟାର ହୋଇଯିବ। ଆପଣଙ୍କୁ ଯାହାବି ଟ୍ରିଟମେଣ୍ଟ ମିଳିବ ତାହା ଏହି କାର୍ଡ ରେ ଷ୍ଟୋର ହୋଇଯିବ । ଯାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ସାହାର୍ଯ୍ୟ କରିବ ।

କିପରି କରିବେ ‘ଆଭା କାର୍ଡ’ ଆବେଦନ

ଆଭା ଆପ୍ଲାଏ କରିବା ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ abha.abdm.gov.in ରେ କ୍ଲିକ୍ କରନ୍ତୁ । ଏହାପରେ କ୍ରିଏଟ ଆଭା ନମ୍ବର ରେ କ୍ଲିକ୍ କରି, ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମାଧ୍ୟମରେ ଆପ୍ଲାଏ କରିପାରିବେ । ଆକାଉଣ୍ଟ ଖୋଲିସାରିବା ପରେ ଆପଣ ଦେଖିପାରିବେ କି ଆପଣଙ୍କ ଡିଜିଟାଲ ଆଭା କାର୍ଡ ଶୋ କରିବ। ଯେଉଁଥିରେ ଆପଣଙ୍କ ନାମ ସହିତ କ୍ୟୁଆର କୋଡ ଏବଂ ଆଭା ନମ୍ବର ଥିବା ଶୋ କରିବ ।

Smart Computer Ad
You might also like
error: Content is protected !!