ଲଘୁଚାପ ଗଲା, ବାଲିଗୁଡ଼ାରେ ଶୀତର ଆଗମନ; ବର୍ଷାରେ କ୍ଷତିଗ୍ରସ୍ତ ଘରଦ୍ୱାର, ଚାଷକାର୍ଯ୍ୟକୁ ନେଇ ଚିନ୍ତାରେ ଚାଷୀ

ବାଲିଗୁଡ଼ା,୬/୧୧(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ବର୍ଷାର ପ୍ରଭାବ ହ୍ରାସ ପାଇବା ପରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଲଘୁଚାପର ପ୍ରଭାବ ହଟିବା ସହ ଅଞ୍ଚଳରେ କାକର ପଡ଼ିବା ଆରମ୍ଭ ହୋଇଛି। ସକାଳୁ ସକାଳୁ ଘାସପତ୍ର, ଗଛଲତା ଓ ଖୋଲା ପଡ଼ିଆରେ କାକର ବିନ୍ଦୁ ଦେଖିବାକୁ ମିଳୁଛି। ଏଥିସହ ଧୀରେ ଧୀରେ ଶୀତର ପ୍ରକୋପ ଅନୁଭୂତ ହେବା ଆରମ୍ଭ ହୋଇଛି।ଅନ୍ୟପକ୍ଷରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ବହୁ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଘରର ଛାତ, କାନ୍ଥ ଓ ଚାଳ ନଷ୍ଟ ହୋଇଥିବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି। ବର୍ଷା ଯୋଗୁଁ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା।ଚାଷକାର୍ଯ୍ୟକୁ ନେଇ ଏବେ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲଗାଣ

ଲଘୁଚାପ ଗଲା, ବାଲିଗୁଡ଼ାରେ ଶୀତର ଆଗମନ; ବର୍ଷାରେ କ୍ଷତିଗ୍ରସ୍ତ ଘରଦ୍ୱାର, ଚାଷକାର୍ଯ୍ୟକୁ ନେଇ ଚିନ୍ତାରେ ଚାଷୀ

ବର୍ଷା ଯୋଗୁଁ ଜମିରେ ଜଳ ଜମିବା, ଫସଲ ନଷ୍ଟ ହେବା ଏବଂ ଅମଳ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଅନେକ ଚାଷୀ ବର୍ଷାର ପ୍ରଭାବରୁ ନିଜ ଫସଲକୁ କିପରି ସୁରକ୍ଷିତ ରଖିବେ ସେନେଇ ଚିନ୍ତିତ ଅଛନ୍ତି।ବର୍ତ୍ତମାନ ପାଗରେ ପରିବର୍ତ୍ତନ ସହ ଶୀତର ଆଗମନ ହୋଇଥିବାରୁ ଲୋକେ ଧୀରେ ଧୀରେ ଶୀତବସ୍ତ୍ର ବ୍ୟବହାର ଆରମ୍ଭ କଲେଣି। ବିଶେଷକରି ସକାଳ ଓ ରାତି ସମୟରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ଆଗାମୀ ଦିନରେ ଶୀତର ପ୍ରକୋପ ବଢ଼ିବା ସହ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି।ଏଭଳି ସ୍ଥିତିରେ ବର୍ଷାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର ସର୍ଭେ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହ ଚାଷଜମି ଓ ଫସଲର କ୍ଷୟକ୍ଷତି ଆକଳନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!