ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

ଭୁବନେଶ୍ୱର,(ପି.ଆଇ.ବି):-

ସରକାରୀ ଉଦ୍ୟୋଗ – ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାନ୍ତି ଉଦଘାଟନ କରିଥିଲେ। ସେବା କେନ୍ଦ୍ର ଜୁଲାଇ ୧୬ ରୁ ଜୁଲାଇ ୨୪ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ବାର୍ଷିକ ରଥ ମହୋତ୍ସବରେ ଆସୁଥିବା ହଜାର ହଜାର ତୀର୍ଥଯାତ୍ରୀଙ୍କୁ ଏଠାରେ ମାଗଣା ପାନୀୟ ଜଳ ଏବଂ ଖାଦ୍ୟ ମିଳିବ।

କଲ୍ୟାଣମୂଳକ ପଦକ୍ଷେପ ସହିତ ଆଇଆରଇଡିଏ ମହୋତ୍ସବକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଅକ୍ଷୟ ଶକ୍ତି ଏବଂ ସ୍ଥାୟୀ ବିକାଶ ବିଷୟରେ ସଚେତନତା ମଧ୍ୟ ପ୍ରସାର କରୁଛି।

ଏହି ଅବସରରେ ଡକ୍ଟର ବିଜୟ କୁମାର ମହାନ୍ତି କହିଛନ୍ତି ଯେ ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବା ପାଇଁ ଆଇଆରଇଡିଏ ଲାଗି ଗର୍ବର ବିଷୟ । ଏହି ପଦକ୍ଷେପ କମ୍ପାନୀର ସମାଜସେବା ଏବଂ ପରିବେଶଗତ ଉତ୍ତରଦାୟିତ୍ୱ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଉଦଘାଟନ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇନ ଏବଂ ମାନବ ସମ୍ବଳ) ଦୀପକ କୁମାର ବାରିକ ଉପସ୍ଥିତ ଥିଲେ । ସେବା ଷ୍ଟଲ ମାଧ୍ୟମରେ ଆଇଆରଇଡିଏ ଜନସେବାକୁ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ବିଷୟରେ ସଚେତନତା ସହିତ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛି

Smart Computer Ad
You might also like
error: Content is protected !!