କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀଙ୍କ ନୀଳମାଧଵ ଦର୍ଶନ
ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ l କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ ଦୁର୍ଗା ଦାସ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ଆଜି ମଙ୍ଗଳବାର ଅପରାହ୍ନ ରେ ପହଁଞ୍ଚି ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ l ପ୍ରଭୁ ଶ୍ରୀ ନୀଳମାଧଵ ଙ୍କୁ ଦର୍ଶନ କରି ବହୁ ଆନନ୍ଦ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପୂଜକ ସମାଜ ସଭାପତି ନିହାର ରଞ୍ଜନ ମିଶ୍ର ଓ ଅନ୍ୟ ସେବାୟତମାନଙ୍କ ସହିତ ମନ୍ଦିର ପରିକ୍ରମା କରି ମହାବୀର ହନୁମାନ ଙ୍କ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଲବ୍ଧି କରି ଆତ୍ମହରା ହୋଇ ପଡିଥିଲେ l ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଅନୁରୋଧ କ୍ରମେ ମାନ୍ୟବର ମନ୍ତ୍ରୀ ଖଣ୍ଡପଡା ଅଂଚଳକୁ ଆସି ଆଦିବାସୀ ସମ୍ପ୍ରଦାୟ ର ବିକାଶ ଦିଗରେ କି କି ପଦକ୍ଷେପ ନିଆଯାଇ ପାରିବ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳlରେ ଆଲୋଚନା କରିଥିଲେ l ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ଅତିରିକ୍ତ ଶାସନ ସଚିବ ଦେବାନନ୍ଦ ଓ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ସାଗର ଶେଷକର , ଖଣ୍ଡପଡା ତହସିଲ ଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ, ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଷ, ବିଶିଷ୍ଠ ସମାଜ ସେବୀ ଅଖିଳ କୁମାର ମହାରଣା ଓ କେତେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ l ନୀଳମାଧଵ ମନ୍ଦିରର ଅଧିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ l ଆଲୋଚନା ଶେଷରେ କଣ୍ଟିଲୋ ନିର୍ମିତ କଂସା ବାସନ ଓ ଶ୍ରୀ ଜଗନ୍ନାଥ ଙ୍କ କାରୁକାର୍ଯ୍ୟ ନିର୍ମିତମୂର୍ତ୍ତି ଉପହାର ସ୍ୱରୂପ ବିଧାୟକଙ୍କ ଜରିଆରେ ଅର୍ପଣ କରାଯାଇଥିଲା l …………………..
