ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ଗଞ୍ଜାମ ଜିଲ୍ଲା ର ୧,୭୦,୨୯୫ହିତାଧିକାରୀ ଙ୍କୁ ବିତରଣ

ଛତ୍ରପୁର,(ବିଚିତ୍ର ସାହୁ):-

ଗଞ୍ଜାମ ଜିଲ୍ଲାର ୧, ୭୦, ୨୯୫ ଜଣ ହିତାଧିକାରୀଙ୍କୁ ମିଳିଲା ୩୪ କୋଟି ୫ଲକ୍ଷ ୯୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୩ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଯୋଗ୍ୟ କୃଷକ ପରିବାରମାନଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସିଧାସଳଖ ପ୍ରେରଣ କରାଯାଇଛି। ଗଞ୍ଜାମ ଜିଲ୍ଲାର ୧,୭୦,୨୯୫ ଜଣ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମୋଟ ୩୪ କୋଟି ୫ ଲକ୍ଷ ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ରାଜ୍ୟର ୩୪.୬ ଲକ୍ଷରୁ ଅଧିକ କୃଷକ ପରିବାରଙ୍କୁ ୬୯୩ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି। ଏହା କୃଷକମାନଙ୍କୁ କୃଷି କାର୍ଯ୍ୟରେ ସହାୟକ ହେବ।ଶନିବାର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ବର ଠାରେ ଆୟୋଜିତ ଜାତୀୟସ୍ତରର ପିଏମ କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ପରିବାରମାନଙ୍କୁ ପିଏମ୍-କିଷାନର ଏହି କିସ୍ତି ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ କରିବା ସହ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ଗଞ୍ଜାମ ଜିଲ୍ଲା ର ୧,୭୦,୨୯୫ହିତାଧିକାରୀ ଙ୍କୁ ବିତରଣପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ଗଞ୍ଜାମ ଜିଲ୍ଲା ର ୧,୭୦,୨୯୫ହିତାଧିକାରୀ ଙ୍କୁ ବିତରଣଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥିତ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମ କିଷାନ ଉତ୍ସବ ସମାରୋହରେ ପଶ୍ଚିମବଙ୍ଗର ତାରକେଶ୍ବରରୁ ସିଧା ପ୍ରସାରଣ ଏଲଏଇଡି ପରଦା ମାଧ୍ୟମରେ ପ୍ରସାରିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣି ଜିଲ୍ଲାର କୃଷକ ଭାଇଭଉଣୀମାନେ ଖୁସି ଜାହିର କରିଥିଲେ। ସୂଚନା ଯୋଗ୍ୟ ଯେ, ପିଏମ୍-କିଷାନ ଯୋଜନାରେ କେନ୍ଦ୍ର ସରକାର ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ୩ଟି କିସ୍ତିରେ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଏକ କୃଷକ କଲ୍ୟାଣକାରୀ ଯୋଜନା ଅଟେ। ଖରିଫ ଓ ରବି ଚାଷ ଋତୁ ଆରମ୍ଭ ପୂର୍ବରୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିହନ, ସାର ଓ ଔଷଧ କ୍ରୟ କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ୨୦୧୯ ମସିହା ୨ଫେବୃଆରୀରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ସଂଯୋଜିତ ବିଭାଗର ଅଧିକାରୀ ଯଥା ପ୍ରଶାନ୍ତ କୁମାର ନାଥ, ହେମନ୍ତ ଦାସ, ଶରତ କୁମାର ଦାସ, ସତ୍ୟବ୍ରତ ଦାସ, ହିମାଞ୍ଚଳ ସାହୁ, ଭରତ ଭୂଷଣ ସାହୁ, ଯୁନ୍ମୟୀ ମହାନ୍ତି, ଡକ୍ଟର ଏସ୍.କେ ନାୟକ, କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ସମେତ କୃଷି ବିଭାଗର ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷକ ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ। କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

You might also like
error: Content is protected !!