ବାଲିଗୁଡା ଥାନାରେ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, ୧୧/୦୫: ସୁକାନ୍ତ କୁମାର ତ୍ରିପାଠୀ

ଓଡ଼ିଶା ପୋଲିସ ଓ ୟୁନିସେଫ୍‌ର ସହଯୋଗରେ କିଶୋରୀ ବାଳିକାଙ୍କ ସୁରକ୍ଷା ଓ ସଚେତନତା ନିମନ୍ତେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ବାଲିଗୁଡା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ଥାନାର ଶିଶୁ ଡେସ୍କ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରବେସନାରୀ ଆଇପିଏସ୍‌ କେ. ଶ୍ରୀନିବାସଲୁଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା ।ଏହି ସଚେତନତା ଶିବିରରେ ସିଡିପିଓ ସମେତ ବାଲିଗୁଡା ଥାନାର ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଶେଷ କରି ବାଲ୍ୟ ବିବାହ, ନାବାଳିକାଙ୍କ ଉପରେ ନିର୍ଯାତନା, ସାଇବର କ୍ରାଇମ୍‌ ଓ ମହିଳା ସୁରକ୍ଷା ଭଳି ବିଭିନ୍ନ ସାମାଜିକ ଅପରାଧ ବିଷୟରେ କିଶୋରୀମାନଙ୍କୁ ସଚେତନ କରାଯାଇଥିଲା ।ପୋଲିସ ଅଧିକାରୀମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, କୌଣସି ପ୍ରକାରର

ବାଲିଗୁଡା ଥାନାରେ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ

ଶାରୀରିକ କିମ୍ବା ମାନସିକ ନିର୍ଯାତନାର ଶିକାର ହେଲେ କିଶୋରୀମାନେ ଭୟଭୀତ ନହୋଇ ପୋଲିସଙ୍କ ଆଶ୍ରୟ ନେବା ଉଚିତ । ପୋଲିସ ସହ ନିକଟତର ସମ୍ପର୍କ ସ୍ଥାପନ କରି ନିଜ ସମସ୍ୟା ନିର୍ଭୟରେ ଜଣାଇବା ପାଇଁ ମଧ୍ୟ ସେମାନଙ୍କୁ ପ୍ରେରିତ କରାଯାଇଥିଲା ।ଥାନାରେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏହିପରି ସଚେତନତା ଅଭିଯାନ ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବା ସହ ସମାଜରେ ଅପରାଧ ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

You might also like
error: Content is protected !!