ବିକାଶ ପରିଷଦ ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ମିଳିତ ସହଯୋଗରେ ଜଗନ୍ନାଥ ବିଜେ ଜମିଜମାର ସ୍ଥାୟି ସମାଧାନ ଏକ ସର୍ବ ଦଳିଅ ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିକାଶ ପରିଷଦ ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ମିଳିତ ସହଯୋଗରେ ଜଗନ୍ନାଥ ବିଜେ ଜମିଜମାର ସ୍ଥାୟି ସମାଧାନ ନିମନ୍ତେ ଆଜି ଏକ ଜଟଣୀ ନିର୍ବାଚନ ମଣ୍ଡଳୀ ୧୧ ଖଣ୍ଡ ମୌଜା ର ମୁରବିଙ୍କୁ ନେଇ ପ୍ରଧାନ ସାହି ପଞ୍ଚାୟତ ଲବଣଗିରି ପାହାଡ଼ ଉପରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଚଇନା ପ୍ରଧାନ ନେତୃତ୍ୱ ଏକ ସର୍ବ ଦଳିଅ ବୈଠକ ଅନୁଷ୍ଠିତ ହୋଇଛି। ଏଇ ବୈଠକ ଜଟଣୀ ତହସିଲ ଥିବା ଏଖାରାତ ମାହାଲ ପ୍ରଜାଙ୍କ ଶହଶହ ବର୍ଷ ଜମିଜମାକୁ କିଭଳି ଭାବେ 2012 ମସିହା ଏଇ ମାଲିକାନା ଙ୍କ ନାମ କୁ କାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ ନାମରେ ପରିଣତ କରାଯାଥିଲା। ଆଜି ବୈଠକରେ ସମସ୍ତ ମୁରବୀମାନେ ଏକତ୍ରିତ ହୋଇ ବିଗତ ଦିନରେ କିଭଳି ପୌତ୍ରିକ ଜମିଜମିକୁ ବେଆଇନ ଭାବେ ଜଗନ୍ନାଥ ବିଜେ ନା ରେ ପରିବର୍ତନ କରିଥିଲେ ଓ ଏଇ ନେଇ ବହୁବାର ଆନ୍ଦୋଳନ କରିବା ସହ ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ନଜର ଅଣାଯାଇଥିଲା।କିନ୍ତୁ ଦୁଇବର୍ଷ ପାଖା ପାଖି ହବ ବହୁବାର ଜ଼ିଲ୍ଲାପାଳ ଠାରୁ ନେଇ ଆଇନ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ ଦେଉ ନ ଥିବାରୁ, ଏଇ ନେଇ ଆଗାମୀ ଦିନରେ ଯଦି ସରକାର କୌଣସି ସମାଧାନ ନ କରନ୍ତି,ତାହେଲେ ସରକାର ବିରୋଧ ଏକ ବିରାଟ ଆନ୍ଦୋଳନ ହେବବୋଲି ବୈଠକ ଚେତାବନୀ ଦେଇଛନ୍ତି । ଏଇ ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ସହ ବିଜେପି ଓ ବିଜେଡି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।