ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଉତ୍ସବ ଧୂମଧାମରେ ପାଳିତ

ବାଲିଗୁଡା,୧୪/୦୪:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ସହିତ ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି।ସହରର ମା’ ପାଟଖଣ୍ଡା ମନ୍ଦିର ପରିସର, ରାମେଶ୍ୱର ମନ୍ଦିର ନିକଟ ଓ ସବ୍‌ଜେଲ୍‌ ନିକଟରେ ଥିବା ହନୁମାନ ମନ୍ଦିରରେ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ ଓ ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ୧୦୮ ହନୁମାନ ଚାଳିସା ପାଠ କରାଯାଇଥିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଚାଳିସା ବହି ବଣ୍ଟନ କରାଯାଇଥିଲା।ବିଭିନ୍ନ ମନ୍ଦିର ପରିଚାଳନା କମିଟି,

ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଉତ୍ସବ ଧୂମଧାମରେ ପାଳିତ

ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ପଣା ଭୋଗ ଲାଗି କରାଯାଇ ପରେ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ଅନ୍ନଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ସେହିପରି ଅଞ୍ଚଳର ବିଭିନ୍ନ ହନୁମାନ ମନ୍ଦିର ସହ ଶିବ, ଜଗନ୍ନାଥ, ପାଟଖଣ୍ଡା ଓ ଦୁର୍ଗା ମନ୍ଦିରରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଭକ୍ତମାନେ ଦିନଭରି ଦେବଦେବୀଙ୍କ ଦର୍ଶନ କରି ନବବର୍ଷକୁ ସ୍ୱାଗତ କରିଥିଲେ।ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା ପୂଜା କରାଯାଇ ପାଠ ହୋଇଥିଲା ଓ ଆଜିଠାରୁ ନୂତନ ପଞ୍ଜିକାର ଶୁଭାରମ୍ଭ ଘୋଷଣା କରାଯାଇଛି।

You might also like
error: Content is protected !!