ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଛତ୍ରପୁର,(ବିଚିତ୍ର ସାହୁ):-

ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀ ପଲ୍ଲୀ ଶ୍ରୀହରି ହରେଶ୍ୱର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥି ଗତ ମାର୍ଚ୍ଚ 31ତାରିଖରେ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷିରେ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତାରିଣୀ ପ୍ରସାଦ ଦାଶ ଙ୍କ ପୌରହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବରେ କୋରେଶ ଚନ୍ଦ୍ର ଶତପଥୀଙ୍କ ହାଇସ୍କୁଲ ଶିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କର ଛାତ୍ର କୋରେଶଙ୍କର ଛାତ୍ର ଜୀବନ ସ୍ମରଣ କରି ଜଣେ ମେଧାବୀ ଛାତ୍ର ବୋଲି ପ୍ରକାଶ କରିଥିଲେ l ବିଦ୍ୟାଳୟ ପ୍ରତିଷ୍ଠା ଦିନ ଠାରୁ ବିଦ୍ୟାଳୟ ସହ ସଂଶ୍ଳିଷ୍ଟ ରହି ଵିଦ୍ୟାଳୟ ଵିକାଶରେ ତାଙ୍କର ମୁଖ୍ୟ ଭୂମିକା ଉପରେ ମତ କରିଥିଲେ l ବିଦ୍ୟାଳୟର ପୁରାତନ ଛାତ୍ର ମଥୁରା ଚରଣ ସୁବୁଦ୍ଧିଙ୍କ ସଂଯୋଜନାରେ ପରିଚାଳିତ ସମ୍ବର୍ଦ୍ଧନା ଉତ୍ସବରେ ଓଷ୍ଟାର ଯୁଗ୍ମ ସମ୍ପାଦକ ସୁଧୀର କୁମାର ସେଠି, ପୁରାତନ ଛାତ୍ର କୁନା ସାହୁ, ବିଦ୍ୟାଳୟର ଶିକ୍ଷକ ଦଣ୍ଡପାଣି ଶତପଥୀ, ଜି. ସୁଜାତା ରାଣୀ,କାଳୁ ନାହାକ ତଥା ଅନ୍ୟାନ୍ୟ ପୁରାତନ ଛାତ୍ର ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ ଉପରେ ବକ୍ତବ୍ୟ ରଖି ତାଙ୍କର ଅବସର କାଳୀନ ସମୟ ସୁଖ ଓ ଶାନ୍ତି ସମୃଦ୍ଧିରେ ବିତୁ ବୋଲି ଆଶା ପୋଷଣ କରିଥିଲେ l ଶେଷରେ ପ୍ରଧାନ ଶିକ୍ଷକଙ୍କୁ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ବିଦାୟକାଳୀନ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଶତପଥୀ ବିଦ୍ୟାଳୟ ପ୍ରତିଷ୍ଠାର ସ୍ମୃତି ଚାରଣ କରି ପିଲାମାଙ୍କର ସଫଳତାରେ ଶିକ୍ଷକଙ୍କ ସଫଳତାର ପୁରସ୍କାର ବୋଲି ମତବ୍ୟକ୍ତ କରି ଛାତ୍ର ଛାତ୍ରୀ ଭଲ ମଣିଷ ହବାପାଇଁ ଆଶୀର୍ବଚାନ ପ୍ରଦାନ କରିଥିଲେ l

You might also like
error: Content is protected !!