ସର୍ବଭାରତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଦିଲ୍ଲୀପ ପାତ୍ରଙ୍କ ସ୍ୱର୍ଣ୍ଣ ଜୟ


ବାଲିଗୁଡା, ୧୪/୦୨ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ପାଇଁ ଗର୍ବର କଥା। ସ୍ଥାନୀୟ ଯୁବ କ୍ରିଡ଼ାବିଦ୍ ଦିଲ୍ଲୀପ ପାତ୍ର ସର୍ବଭାରତୀୟ ସ୍ତରୀୟ ବଡି ବିଲ୍ଡିଂ (ସୁନ୍ଦର ସ୍ୱାସ୍ଥ୍ୟ) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ନାମ ଉଜ୍ଜ୍ୱଳ କରିଛନ୍ତି।ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୧୫୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦିଲ୍ଲୀପ ୬୦ କେଜିରୁ ଉର୍ଦ୍ଧ୍ୱ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଓଭରଆଲ୍ ଚ୍ୟାମ୍ପିୟନ ଭାବେ ମଧ୍ୟ ଘୋଷିତ ହୋଇଥିଲେ।ସ୍ୱର୍ଣ୍ଣ ପଦକ ସହ ୬ ହଜାର ଟଙ୍କା ଏବଂ ଓଭରଆଲ୍ ଚ୍ୟାମ୍ପିୟନ ଭାବେ ୩୧ ହଜାର ଟଙ୍କାର ଚେକ୍ ସହିତ ମୋଟ ୩୬ ହଜାର ଟଙ୍କା

ସର୍ବଭାରତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଦିଲ୍ଲୀପ ପାତ୍ରଙ୍କ ସ୍ୱର୍ଣ୍ଣ ଜୟ

ସର୍ବଭାରତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଦିଲ୍ଲୀପ ପାତ୍ରଙ୍କ ସ୍ୱର୍ଣ୍ଣ ଜୟ

ଟ୍ରଫି ଓ ସମ୍ମାନ ପତ୍ର ପାଇଥିବା ସୂଚନା ମିଳିଛି।ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡା ଗାଁରେ ଜନ୍ମ ନେଇଥିବା ଦିଲ୍ଲୀପ ବର୍ତ୍ତମାନ ବାଲିଗୁଡା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ। ନିଜର ଦୃଢ଼ ସଂକଳ୍ପ ଓ ଅବିରତ ପରିଶ୍ରମ ଦ୍ୱାରା ସେ ସଫଳତାର ସିଢ଼ି ଅଭିରୋହଣ କରୁଛନ୍ତି। ଏହି ସଫଳତା ପଛରେ ଜିମ୍ ଶିକ୍ଷକ, ଥାନା ଅଧିକାରୀ ଓ ସାଙ୍ଗମାନଙ୍କର ସହଯୋଗ ଥିବାକୁ ସେ କହିଛନ୍ତି।ଭବିଷ୍ୟତରେ ଏସିଆ ସ୍ତରରେ ଦେଶ ପାଇଁ ଖେଳିବା ତାଙ୍କର ଲକ୍ଷ୍ୟ ବୋଲି ଦିଲ୍ଲୀପ ପ୍ରକାଶ କରିଛନ୍ତି। ତାଙ୍କ ଏହି ସଫଳତା ପରେ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

You might also like
error: Content is protected !!