ବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତ

ବାଲିଗୁଡ଼ା, ୧୦/୨: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଉପଖଣ୍ଡ କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ ଅନ୍ତର୍ଗତ ଏକ ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚରେ ବରଗଡ଼ ମହିଳା ଦଳ ଭୁବନେଶ୍ୱର ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି। ବରଗଡ଼ ଦଳ ପକ୍ଷରୁ ଭାବନା ନାଗ ଏକମାତ୍ର ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ମ୍ୟାଚରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ଦଳର ସବିତା ମହନ୍ତିଙ୍କୁ ‘ଶ୍ରେଷ୍ଠ ଖେଳାଳି’ ଭାବେ ଘୋଷଣା କରାଯାଇଥିଲା।ଏହି ଖେଳର ଉଦଘାଟନୀ ଉତ୍ସବରେ ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ଶେଖ ସାଦିକ, ଉପସଭାପତି

ବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତ

ବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତ

ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ସୁଶାନୁ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ-ଧୂପ ପ୍ରଜ୍ୱଳନ ଓ ପ୍ରଥମ ସଟ ଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ।ଏହି ଅବସରରେ ଟୁନା ଦାସ ଷ୍ଟାଡିଅମରେ ୨ଟି ଖେଳାଳି ବିଶ୍ରାମ କକ୍ଷ ଓ ମୁଖ୍ୟ ପ୍ରବେଶ ଦ୍ୱାର ନିର୍ମାଣ ପାଇଁ ଅନୁଦାନ ଯୋଗାଇବା ସହ ବିଧାୟକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହା ସହିତ ପ୍ରତିଯୋଗିତା ଆୟୋଜନ ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି।ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚକୁ ମୁଖ୍ୟ ମହିଳା ରେଫେରୀ ଭାବେ ପିଙ୍କି ହଂସ ପରିଚାଳନା କରିଥିବା ବେଳେ କାମାକ୍ଷା ପ୍ରସାଦ ପ୍ରଧାନ ଓ ବିଷ୍ଣୁ ପ୍ରସାଦ କହଁର ସହଯୋଗ କରିଥିଲେ।ଆସନ୍ତା ୧୧ ତାରିଖ ଦିନ ଉଦଯାପନୀ ଦିବସରେ ସମ୍ବଲପୁର ଓ ଫୁଲବାଣୀ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ମହାମୁକାବିଳା ଦେଖିବାକୁ ରାଜ୍ୟର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

You might also like
error: Content is protected !!