ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ ।୧୯୩୯ ମାର୍ଚ୍ଚ ୨ରେ କାହ୍ନୁ ଚରଣ ଲେଙ୍କାଙ୍କ ଜନ୍ମ । ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ରାଜନେତା । ଯିଏ ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପି.ଭି. ନରସିଂହ ରାଓଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା କଂଗ୍ରେସର ଜଣେ ପ୍ରମୁଖ ନେତା ଭାବେ ଜଣାଶୁଣା। ସେ କାହ୍ନୁ ଚରଣ ଲେଙ୍କା ନାମରେ ମଧ୍ୟ ପରିଚିତ ।