ଖୋର୍ଦ୍ଧା ଜିଲ୍ଲା, ସଞ୍ଜୀବ କୁମାର: ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ “ସାମସ୍ରିକ ପାଠଚକ୍ର – ୨୦୨୬‘ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ’ ଶୀର୍ଷକରେ ଏକ ବର୍ଣାଢ଼ୀ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥ୍ୟ ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ ବର୍ମା ଯୋଗଦେଇଆନୁଷ୍ଠାନିକ ଭାବେ ଏହି ପାଠଚକ୍ରକୁ ଉଦ୍ଘାଟନ କରି ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥଙ୍କଭକ୍ତିତତ୍ବ ସମ୍ବଳିତ ଏକ ମର୍ମସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଜନତା ମହାବିଦ୍ୟାଳୟ, କୁହୁଡ଼ିର ଓଡ଼ିଆବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ବାଗ୍ମୀ ଡ. ଚନ୍ଦ୍ରଶେଖର ଦାଶ କଥାବାଚକଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ତତ୍ବ ତଥା ଓଡ଼ିଆ ସାହିତ୍ୟର ପରିସରକୁ କିପରି ଶ୍ରୀ ଜଗନ୍ନାଥଙ୍କ ଭକ୍ତସମ୍ବଳିତ କାବ୍ୟ କବିତା ରସାତ୍ମକ କରିପାରିଛି ତାହାର ସୁବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟଡ. ତପନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଅନୁପ କୁମାର ମହାନ୍ତିସ୍ବାଗତ ଭାଷଣ ମାଧ୍ୟମରେ ‘ଜଗନ୍ନାଥ ହିଁ ପ୍ରତିଟି ଓଡ଼ିଆଙ୍କର ପରିଚୟ ବୋଲି ଅଭିହିତ କରିଥିଲେ । ଅଧ୍ୟାପିକାଡ. ପୁଷ୍ପାଞ୍ଜଳୀ ସାମଲ ଅତିଥ୍ ପରିଚୟ ପ୍ରଦାନ କରିଥିଲେ, ଅଧ୍ୟାପିକା ସୁପ୍ରିୟା ମିଶ୍ର ପ୍ରସଙ୍ଗ ଭିତିକ ସଂକ୍ଷିପ୍ତସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପିକା ଡ. ପୁଷ୍ପଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ବିଭାଗୀୟ ଅଧ୍ୟାପକ ଡ. ଆଲୋକ କୁମାର ଛୋଟରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
