ବାଲିଗୁଡା :୩୦/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ଝରିଘାତ-ମାଣ୍ଡିଆପଦର ଅଞ୍ଚଳରେ ଝିଅ ନିଖୋଜ ହେବା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ l ଏହି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ସୁବିଧା କମ୍ ଥିବାରୁ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସାହାଯ୍ୟ ଅତ୍ୟନ୍ତ ଜରୁରୀ l ତୁମୁଡିବନ୍ଧ ଥାନା ଅନ୍ତର୍ଗତ କରିଘାଟି ଗ୍ରାମର ସୁନିଲ ବଡମାଝୀଙ୍କ ସାଢ଼େ ତିନି ବର୍ଷର ଶିଶୁ କନ୍ୟା ଶପ୍ତା ବଡମାଝି ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ lକେଶ ନମ୍ବର ୧୫ ରେ ତୁମୁଡିବନ୍ଧ ଥାନା ଏକ


ମାମଲା ରୁଜୁ କରିବା ପରେ ଇନ୍ସପେକ୍ଟର ଏସ ସାମନ୍ତରାୟ,ଏସଆଇ ଆଶୁତୋଷ ଜେନା ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲେ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ l ତେବେ କେଶ ରୁଜୁ ହେବାର ମାତ୍ର ୨୪ ଘଣ୍ଟା ଭିତରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗ୍ରାମ ରୁ ନିଖୋଜ ସମ୍ନା ବଡମାଝି ଙ୍କୁ ଉଦ୍ଧାର କରିଥିଲା ଏହି ସ୍ବତନ୍ତ୍ର ଟିମ l ଉଦ୍ଧାର ପରେ ପରିଚୟ ଯାଞ୍ଚ କରି ସପ୍ତାର ପରିବାର କୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ଶୁଭମ୍ ଭୋସଲେ l
