ନୟାଗଡ଼(ପ୍ରଭାକର ଶିରୋମଣି):-
ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଅଧୀନ ହରିସୁବୁଦ୍ଧି ପାଟଣା ଗ୍ରାମର ଜନୈକ ସ୍ଵାଧୀନତା ସଂଗ୍ରାମୀ,ବରିଷ୍ଠ ପୂଜକ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ୯୬ ବର୍ଷ ବୟସରେ ଗୁରୁବାର ରାତ୍ର ୧୧ଟା ସମୟ ରେ ପରଲୋକ ହୋଇଯାଇଛି। ଖଣ୍ଡପଡ଼ା ଗଡଜାତ ସମୟରେ ହୋଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇ ସେ କାରା ବରଣ କରିଥିଲେ l ସ୍ୱାଧୀନତାର ଅବ୍ୟବହୁତ ପୂର୍ବରୁ ସ୍ବର୍ଗତ ଦାଶ କଣ୍ଟିଲୋ ଓ ଖଣ୍ଡପଡା ଅଞ୍ଚଳ ରେ ହୋଇଥିବା ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଦେଶ ସ୍ବାଧିନତା ସଂଗ୍ରାମ ରେ ଅଂଶ ଗ୍ରହଣ କରିଥିଲେ।ସ୍ବର୍ଗତ ଦାଶ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ପୂଜକ,ଧର୍ମପରାୟଣ ବ୍ୟକ୍ତି ଭାବରେ ଏ ଅଞ୍ଚଳରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ।ବିଭିନ୍ନ ଦେବା ଦେବୀ ମନ୍ଦିର ସହିତ ଜଡିତ ରହିଥିଲେ।ସ୍ବର୍ଗତ ଦାଶ ଙ୍କ ଡାକ ନାମ ଧୋବେଇ ଦାଶ ଥିଲା ଓ ସେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇ ଆସୁଥିଲେ l ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାର ପୂର୍ବାହ୍ନ ରେ ନିଜ ବାସଭବନରେ ଶ୍ରୀ ଦାଶଙ୍କ ମରଶରୀର ପହଁଚିବା ପରେ ପୁଅ,ବୋହୂ,ନାତି, ନାତୁଣୀ, ବହୁ ବିଶିଷ୍ଟ ବ୍ୟକ୍ତି, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଶୁଭେଚ୍ଛୁ ମାନେ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ। ମରଶରୀରକୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ନଗର ପରିକ୍ରମା କରି କଣ୍ଟିଲୋ କଲେଜ ସମ୍ମୁଖସ୍ଥ ମହାନଦୀ କୂଳ ଶଙ୍ଖ ତୋଟା “ମୁକ୍ତି ଦ୍ୱାର ” ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପନ୍ନ କରିଥିଲେ।ତାଙ୍କର ୫ ପୁଅ ମଧ୍ୟରୁ ଦିତୀୟ ପୁତ୍ର ନୀରଞ୍ଜନ ମୁଖାଗ୍ନି ଦେଇଥିଲେ। ସୂଚନା ଯୋଗ୍ୟ ଯେ ଇଂରେଜ ସରକାର ଙ୍କ ଶାସନ ତଥା ତତ୍କାଳୀନ ପ୍ରଜା ମଣ୍ଡଳ ଆନ୍ଦୋଳନରେ ଭାଗ ନେଇଥିବା ଶେଷ ସନ୍ତକ ଥିଲେ ଏଇ ଗୋବିନ୍ଦ ଦାଶ l କଣ୍ଟିଲୋ ଓ ଆଖପାଖ ଅଞ୍ଚଳ ରେ ଥିବା ସ୍ୱାଧୀନତା ସଂଗ୍ରାମୀ ଆଉନାହାନ୍ତି, ଦେଶ ମାତୃକାର ସେବା କରିସବୁଦିନ ପାଇଁଆଖି ବୁଜି ଦେଇ ସ୍ମରଣୀୟ ହୋଇଯାଇଛନ୍ତି l ……………………