ମୁମ୍ୱାଇ ର କଲ୍ୟାଣ ରେ ଉତ୍କଳ ୟୁବା ଫାଉଣ୍ଡେସନ ଏବଂ କଳିଙ୍ଗ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଏବଂ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଉତ୍କଳ ୟୁବା ଫାଉଣ୍ଡେସନ ଏବଂ କଳିଙ୍ଗ ମିତ୍ର ମଣ୍ଡଳ ଆନୁକୂଲ୍ଯରେ ସ୍ଵାମୀ ବିବେକାନନ୍ଦ ଙ୍କ ପୂଣ୍ୟ ଜନ୍ମ ଜୟନ୍ତି ଅବସରରେ ମୁମ୍ବାଇ ର କଲ୍ୟାଣ ପୂର୍ବ ମଲଙ୍ଗ ରୋଡ ସ୍ଥିତ ତିଶାଇ ଲନ୍ସ ପ୍ରାଙ୍ଗଣ ରେ ଏକ ବିଶାଳ ସାଂସ୍କୃତିକ ଓ ଏୱାଡ ସେରିମନିର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ବହୁ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସମାଜର ହିତାକାଂକ୍ଷି ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମାଜର ମଙ୍ଗଳ ହେତୁ ସଦାସର୍ବଦା ପ୍ରଚେଷ୍ଟା କରିବାରେ ଉତ୍କଳ ଯୁବ ଫାଉଣ୍ଡେସନ୍ ସଭାପତି ଜଗନ୍ନାଥ ପଢ଼ିଆରି ଙ୍କ ନେତୃତ୍ୱରେ ବହୁତ ପରିଚିତ ଓ ପ୍ରିୟଭାଜିତ ହୋଇପାରିଛି । ଲୋକଙ୍କ ମନରେ ସ୍ପୃହା ସଞ୍ଚାରଣ କରିବା ଉଦ୍ଦେଶ୍ୟରେ ଏହି ସଂଗଠନର ଏହା ଏକ ଅନନ୍ୟ ଅଭିନବ ପ୍ରୟାସ । ଭାରତୀୟ କଳା ସଂସ୍କୃତି ସ୍ଥାପତ୍ୟକୁ ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଦେଶାତ୍ମବୋଧ, ଅଧ୍ୟାତ୍ମିକ, ଓଡ଼ିଶୀ, ସମ୍ବଲପୁରୀ, ଆଞ୍ଚଳିକ ମରାଠୀ ଭାଷା ଆଦି ସଂଗୀତରେ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏହିପରିପ୍ରେକ୍ଷିରେ ସ୍ୱୟଂ ସଚେତନ ହୋଇ ଯଥାସାଧ୍ୟ ପ୍ରଚେଷ୍ଟା ଓ ଆପ୍ରାଣ ଉଦ୍ୟମରେ ଆଜି ଏହି ଅନୁଷ୍ଠାନ ସଭିଙ୍କ ହୃଦୟ ଜିଣି ପାରିଛି ଓ ପ୍ରିୟଭାଜନର ପାତ୍ର ଭାବେ ମାନବିକତାର ଏକ ବିଶାଳ ପରିଚୟ ସୃଷ୍ଟି କରିପାରିଛି । ଆବାଳ ବୃଦ୍ଧବନୀତା ସମସ୍ତଙ୍କର ଆଶିର୍ବାଦରେ ଏହା ସମ୍ଭବପର ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର କଲ୍ୟାଣ ପୂର୍ବ ବିଜେପି ମଣ୍ଡଳ ସଭାପତି ତଥା ସ୍ଥାନୀୟ ସମାଜସେବୀ ସଞ୍ଜୟ ବାବୁରାଓ ମୋରେ, ସ୍ଥାନୀୟ ନଗର ସେବିକା ସ୍ନେହଲ ସଞ୍ଜୟ ମୋରେ, ସ୍ଥାନୀୟ ନଗର ସେବିକା ରେଖା ରାଜନ ଚୌଧୁରୀ, ମୁମ୍ବାଇ ଓଡ଼ିଆ ମହାସଂଘ ସଭାପତି ଡକ୍ଟର ବିପିନ ମିଶ୍ର, ବିଜୟ ପାଣିଗ୍ରାହୀ,ଯୁବ ସମାଜ ସେବୀ ନୀତିନ ଚିକନ୍-କର୍ , ଯୁବ ସମାଜ ସେବୀ ବିକି ମାତ୍ରେ, ସ୍ଥାନୀୟ ସମାଜ ସେବୀ ପ୍ରକାଶ ଗୱଳି, ରାମ ପାୱାର,ଅବସର ପ୍ରାପ୍ତ ସେନା କର୍ମଚାରୀ ଗୌରାଙ୍ଗ ପଢିଆରି, ଉତ୍କଳ ଯୁବ ଫାଉଣ୍ଡେସନ ଉପଦେଷ୍ଟା ଚିନ୍ତାମଣି ପ୍ରଧାନ, ଉପଦେଷ୍ଟା ମୁନା ସୁବୁଦ୍ଧି,କଲ୍ୟାଣ ପୂର୍ବ କଳିଙ୍ଗ ମିତ୍ର ମଣ୍ଡଳ ର ପ୍ରତିଷ୍ଠାତା ଅଭିମନ୍ୟୁ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।।ଅତିଥି ମାନଙ୍କ ଉପସ୍ଥିତିରେ ଉତ୍କଳ ଯୁବ ଫାଉଣ୍ଡେସନ ପରିବାର ଖୁସି ହେବା ସହିତ ନିଜକୁ ଧନ୍ୟମନେ କରିଥିଲେ ଓ ଅତିଥି ମାନଙ୍କୁ ସସମ୍ମାନରେ ସୁସ୍ୱାଗତର ସହିତ ମଞ୍ଚାସିତ କରାଯାଇଥିଲା ଓ ପୁଷ୍ପ ଗୁଚ୍ଛ, ଟ୍ରଫି ପ୍ରଦାନ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପତ୍ରକାର ସାହିତ୍ୟିକ ଓ ଏନ୍.ଜି.ଓ ସଂଗଠନ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ । ଉତ୍କଳ ଯୁବ ଫାଉଣ୍ଡେସନ ର। ସାଂସ୍କୃତିକ ସମ୍ପାଦକ ବୁଦ୍ଧାଦିତ୍ୟ ସାହୁ ଏବଂ ପ୍ରସନ୍ନ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ।ଦିବା ଜଗନ୍ନାଥ ମନ୍ଦିରର ପୂଜକ ନାରାୟଣ ପାଣିଗ୍ରାହୀ ପୂଜାର୍ଚ୍ଚନା ଏବଂ ଠାକୁରଙ୍କ ଆରତୀ କରିଥିଲେ। ୟୁନିଅନ୍ bank ମ୍ୟାନେଜର ତଥା ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ସାନ୍ତୁନୁ ମହନ୍ତ ନୃତ୍ୟ ପରିବେଷଣ କରିଥିଲେ। କଲ୍ୟାଣ ପୂର୍ବ ସ୍ଥିତ ମନିଷା ଡାନ୍ସ ଏକାଡେମୀ ର ଡାନ୍ସ ଦର୍ଶକ ମାନଙ୍କ ମୁଖ୍ୟ ଆକର୍ଷଣ ରହିଥିଲା ତତ୍ ସହିତ କଲ୍ୟାଣ ର ବିଭିନ୍ନ ଗ୍ରୁପ୍ ନିଜ ନିଜ ଡାନ୍ସ ଏବଂ ଡ୍ରାମା ପରିବେଷଣ କରିଥିଲେ । ଫାଉଣ୍ଡେସନ ମୁଖ୍ୟ ତଥା ସଭାପତି ଜଗନ୍ନାଥ ପଢ଼ିଆରି, ପବିତ୍ର ପାଣିଗ୍ରାହୀ, ଶୁଶାନ୍ତ ଜେନା,ସୁବାଷ ପାଲ, ବିପିନ୍ ଚୌଧୁରୀ, ସଂଜୟ ସାହୁ, ବାବୁ ନାହାକ, ସାରଥୀ ସାଲ୍ଲା, ମନୋଜ ସାହୁ, ବିବେକ ପଣ୍ଡା,ବଟକୃଷ୍ଣ ପାଢ଼ୀ , ସେହିପରି କଳିଙ୍ଗ ମିତ୍ର ମଣ୍ଡଳ ପକ୍ଷରୁ ରୁପେଶ ସାହୁ, ପ୍ରମୋଦ ଦାସ , ସୁରଜ୍ ମୁନି, ମୁନା ପାତ୍ର, ଆଦିତ୍ୟ ଦାସ, ଶଶାଙ୍କ ପୋଲାଇ, ଙ୍କ ସମେତ 70 ରୁ ଉର୍ଦ୍ଧ୍ବ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1500 ରୁ ଉର୍ଦ୍ଧ୍ଵ ପ୍ରବାସୀ ଓଡ଼ିଆ, ସ୍ଥାନୀୟ ବାସିନ୍ଦା ବୁଦ୍ଧିଜିବୀ ଉପସ୍ଥିତ ଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

You might also like
error: Content is protected !!