ନୟାଗଡ଼(ପ୍ରଭାକର ଶିରୋମଣି):-
ଆଜି ଗୁରୁବାର ରାଜ୍ୟ ବିଧାନ ସଭାର ୭ ନଂ ଷ୍ଟାଣ୍ଡିଙ୍ଗ କମିଟିର ସଭ୍ୟ ମାନେ କଣ୍ଟିଲୋ ଗସ୍ତରେ ଆସି ପ୍ରଥମେ ଶ୍ରୀ ନୀଳମାଧଵ ମନ୍ଦିର କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ l ମନ୍ଦିର ପରିକ୍ରମା ପରେ ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା କୁ ଯାଇ ସେଠାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଙ୍କ ସହିତ ଧାନମଣ୍ଡି ସମ୍ପର୍କରେ ଆଲୋଚନା କରିଥିଲେ l ଏହି କମିଟିର ଅଧ୍ୟକ୍ଷ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଙ୍କ ନେତୃତ୍ୱ ରେ ଭଣ୍ଡାରୀ ପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ନବରଙ୍ଗ ପୁର ଝରୀଗାଁ ବିଧାୟକ ନରସିଂହ ଭତ୍ର, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲା ବେଳେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଙ୍କ ସହିତ ଜିଲ୍ଲାର ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହାପରେ ଧାନ ମଣ୍ଡି ପରିଦର୍ଶନ କରିବାକୁ ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଯୋଗିଆ ପଲ୍ଲୀ ଗ୍ରାମ ଅଭିମୁଖେ ସଭ୍ୟ ମାନେ ଯାତ୍ରା କରିଥିଲେ l ………………….
