ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବ୍ରହ୍ମପୁର ଶାଖା ତରଫରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ଜାତୀୟ ଯୁବ ଦିବସ ପାଳନ କରାଯାଇଅଛି I ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱାମୀଜୀଙ୍କ ଦର୍ଶନ, ଆଦର୍ଶ ଏବଂ କାର୍ଯ୍ୟ କରିଥିଲେ ତାହା ଭାରତୀୟ ଯୁବ ଦିବସ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ଦିଗରେ ବକ୍ତବ୍ୟ ରଖିଥିଲେ l ଆମ ଦେଶରେ ଯୁବକମାନଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଧାରଣା ଏବଂ ଆଦର୍ଶ ବିସ୍ତାର କରିବାର ମହତ୍ତ୍ୱ ରହିଛି। ସେ ଯୁବକମାନଙ୍କର ଅନନ୍ତ ଶକ୍ତି ଏବଂ ସତ୍ୟ ପାଇଁ ସେମାନଙ୍କର ଅସ୍ଥିର ଅନୁସନ୍ଧାନକୁ ବ୍ୟକ୍ତ କରିଥିଲେ I ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ କେନ୍ଦ୍ର ର ନଗର ସଂଚାଳକ ଡ଼କ୍ଟର ତାରI ପ୍ରସାଦ ଦାସ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ନଗର ପ୍ରମୁଖ କେଦାର ପଣ୍ଡା ଓ ବିଷ୍ଣୁ ସୁବୁଧି ଅତିଥି ମାନଙ୍କୁ ଉପଢୌକନ ଓ ବିବେକାନନ୍ଦ ଙ୍କ ଯିବନି ପୁସ୍ତିକା ପ୍ରଦାନ କରିଥିଲେ I କେନ୍ଦ୍ର ର ନଗର ସଂସ୍କାର ବର୍ଗ ପ୍ରମୁଖ ଅଙ୍କିତ ସେନାପତି ଓଁକାର ଓ ଶାନ୍ତି ମନ୍ତ୍ର ପାଠ କରିଥିଲେ I ବିବେକାନନ୍ଦ କେନ୍ଦ୍ର ର କାର୍ଯ୍ୟକର୍ତା ସବିତା ମହାପାତ୍ର ସ୍ବଦେଶ ମନ୍ତ୍ର ପାଠ କରିଥିବା ବେଳେ କୁମାରୀ ରୁନି ମଲ୍ଲିକ ଦେଶାତ୍ମକ ଗୀତ ଗାନ କରିଥିଲେ I ବ୍ରହ୍ମପୁରର ବିଭିନ୍ନ ସ୍କୁଲ ରୁ ଛାତ୍ର ଛାତ୍ରୀ ଯୋଗ ଦେଇ କେନ୍ଦ୍ର ଦ୍ୱାରା ଆୟୋଜିତ ସାମୁହିକ ସୂର୍ଯ୍ୟ ନମସ୍କାରରେ ଭାଗ ନେଇଥିଲେ I ସମାହିକ କାର୍ଯ୍ୟକ୍ରମରେ ମା ସରସ୍ବତୀ ବିଦ୍ୟା ମନ୍ଦିର,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର, ରାମହରି ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଗୋଶାଣୀ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , କେ ସି ପବ୍ଲିକ ସ୍କୂଲ , ଶ୍ରୀ ଅରୋବିନ୍ଦ ସ୍କୁଲ , ସାମନ୍ତରାୟ ଅକାଦେମୀ , ସେନ୍ଟ ଭିନସେଣ୍ଟ କୋଂଭେନ୍ଟ ସ୍କୂଲ , ମାତୃଶ୍ରୀ ଅଙ୍ଗ୍ଲୋବେଦୀକ ସ୍କୂଲ ,ସିଟି ସ୍କୂଲ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , କଳିଙ୍ଗ ବିଦ୍ୟା ମନ୍ଦିର ରଘୁପତି ନଗର , ସେନ୍ଟ ଜଭିଏର ସ୍କୂଲ , କୁଇନ ଅଫ ଦି ମିଶନ ଉଛ ବିଦ୍ୟାଳୟ , ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର, କେ ସି ଉଚ୍ଚ ବିଦ୍ୟାଳୟ ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟ ଗିରି ରୋଡ ଓ ଆନନ୍ଦ ମାର୍ଗ ସ୍କୁଲ ଭାଗ ନେଇଥିଲେ I ବିବେକାନନ୍ଦ କେନ୍ଦ୍ର ର ଜୀବନ ବ୍ରତୀ ସାନ୍ୟାସିନୀ ନୀଳାକ୍ଷୀ ଦିଦି ସ୍ବେଛାସେବୀ ହେମନ୍ତ ସବର ଓ କମଲ ସବର ସାମୁହିକ ସୂର୍ଯ୍ୟ ନମସ୍କାର ପରିଚାଳନା କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଭାର୍ଗବୀ ଦିଦି ଓ ରୁନି ମଲ୍ଲିକଙ୍କ ଦ୍ୱାରା ବନ୍ଦେ ମାତରଂ ଗାନ ପରିବେଷଣ ହୋଇଥିଲା I ବିବେକାନନ୍ଦ କେନ୍ଦ୍ର ର ଆଜୀବନ ସଦସ୍ୟ ଡ଼କ୍ଟର ଶଙ୍କର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭଞ୍ଜ ବିଭାଗ ସଂଚାଳକ ପ୍ରଫେସର କିଶୋର ଚନ୍ଦ୍ର ରାଉତ , ଭଞ୍ଜ ବିଭାଗ ପ୍ରମୁଖ ଡ଼କ୍ଟର ଗୋପାଳ କୃଷ୍ଣ ପାଣିଗ୍ରାହୀ ,କେନ୍ଦ୍ରର କାର୍ଯ୍ୟକର୍ତା ଶଙ୍କର ସୁବୁଧି ,ଜ୍ୟୋତିନ୍ଦ୍ର ସାହୁ ,ବିଜୟ କୁମାର ପାଣି , ପରମାନନ୍ଦ ମହାରଣା , ଦେବବ୍ରତ ଦେବ, ବିପ୍ର ଚରଣ ରଥ, ଲକ୍ଷ୍ମୀ ନାରାୟଣ ପାତ୍ର , ଅଭିମନ୍ୟୁ ମହାପାତ୍ର , ସୁସ୍ମିତା ପାଣିଗ୍ରାହୀ ଓ ଅର୍ଚନା ରାଉତ ପ୍ରମୁଖ ସହଯୋଗ କରିଥିଲେ I
