ସୁନା ବେଶରେ ଝଟକିଲେ କଳ୍ପl ନ୍ତର ଠାକୁର ଶ୍ରୀ ନୀଳମାଧଵ

ନୟାଗଡ଼,(ପ୍ରଭାକର ଶିରୋମଣି):-   

  ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵଙ୍କ ସୁନାବେଶ ଦର୍ଶନ କରିବା ପାଇଁ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ପ୍ରଭୁଙ୍କର ଏହି ପାରମ୍ପରିକ  ରାଜରାଜେଶ୍ୱର ତଥା ଦେବାଭି ବେଶ ଦର୍ଶନ କରିବାପାଇଁ ନୂଆ ବର୍ଷ ଅବସରରେ ହଜାର ହଜାର ଲୋକଙ୍କର ସକାଳ ଠାରୁ ରାତି ପର୍ଯ୍ୟନ୍ତ ଧାଡିରେ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଭିତରକୁ ପୂର୍ବ ଦ୍ୱାର ଜୟ ବିଜୟ ଦ୍ୱାର ମଧ୍ୟରେ ପ୍ରବେଶ କରାଇ  ଦକ୍ଷିଣ ଦ୍ୱାର ରେ ଛଡା ଯାଉଥିଲା l             ଏହି ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ନୟାଗଡ଼ ଜିଲ୍ଳା ପ୍ରଶାସନ ପକ୍ଷରୁ ଖଣ୍ଡପଡା ଉପଖଣ୍ଡ ଥାନା ଅଧିକାରୀ ମଦନ ମୋହନ ପ୍ରଧାନଙ୍କ ତତ୍ୱାବଧାନ ରେ ଖଣ୍ଡପଡା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି,କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଓ ସହକାରୀ ମନୋରଞ୍ଜନ ପଣ୍ଡାଙ୍କ ସମେତ ୩ ସେକ୍ସନ ଫୋର୍ସ ସହିତ କନେଷ୍ଟବଳ ଓ ହୋମଗାର୍ଡ ମୃତୟନ କରାଯାଇଥିଲା l କଣ୍ଟିଲୋ ମୂଖ୍ୟ ବଜାର ଓ ତତ ସଂଲଗ୍ନ ରାଜ୍ୟ ରାଜପଥରେ ପ୍ରବଳ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା l ଖଣ୍ଡପଡା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ବିସ୍ତୃତ ତ୍ରିପାଠୀ ଓ ଧର୍ମପତ୍ନୀ ଶୁଭଲକ୍ଷ୍ମୀ ଦାଶ କର୍ତ୍ତା ଭାବରେ ହୋମ କାର୍ଯ୍ୟରେ ଯୋଗ ଦେଇ ଥିଲାବେଳେ ଠାକୁରଙ୍କ ପୁରୋହିତ ବଦ୍ରୀ ନାରାୟଣ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ l ଏହି ପରିପ୍ରେକ୍ଷୀରେ ମୁକ୍ତି ମଣ୍ଡପ ଠାରୁ ଛତିଶ ନିଯୋଗୀ ମାନଙ୍କୁ ନେଇ ଏକ ପଟୁଆର ମା ‘ ମହାଲକ୍ଷ୍ମୀ ଙ୍କମନ୍ଦିର କୁ ଯାଇଥିଲା ଓ ସେଠାରେ ମହାଲକ୍ଷ୍ମୀ ଙ୍କୁ ଆରତୀ ବନ୍ଦାପନା କରାଯାଇ ଶ୍ରୀ ନୀଳମାଧଵ ଙ୍କ ପାର୍ଶ୍ୱକୁ ସେବାୟତ ମାନେନିମନ୍ତ୍ରଣ କରି ନେବାପରେ ସୁନା ବେଶରେ ସଜ୍ଜିତ ଠାକୁରଙ୍କ ଜଉମୁଦ ଦ୍ୱାର ଖୋଲା ଯିବା ପରେ ସା ହା ଣ ମେଲା ଦର୍ଶନ ଦିନ ୧୨ଟାରୁ ଆରମ୍ଭ ହୋଇଥିଲା l  ତହସିଲଦାର ଶ୍ରୀ ତ୍ରିପାଠୀ ପରିଚାଳନା ଓ ଶୃଙ୍ଖଳା ସମ୍ପର୍କରେ ପୁଲିସ ପ୍ରଶାସନ ଦେବୋତ୍ତର କର୍ମଚାରୀ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ l ସନ୍ଧ୍ୟା ପରେ ସିଂହ ଦ୍

You might also like
error: Content is protected !!