କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଲିଗୁଡା,୨୨/୧୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି, ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ଯ ଗୋଇବନ୍ଧା ଘାଇ ନିକଟ ଶାଳ ବଣରେ ଏକ ଶାନ୍ତକାନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଅନୁଷ୍ଠାନ ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝି, ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ସୁବାଷ କୁମାର ଦିଗାଲ, ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ନଗର ସଭାପତି ମନୋଜ କୁମାର ରଥ, ବାଲିଗୁଡା ଟାଉନ ବନପାଳ ପ୍ରଭାତ କୁମାର ଦୋରା, କ, ନୂଆଗାଁ ମଣ୍ଡଳ ସଭପତି ନିଗମାନନ୍ଦ ପୂଜାରୀ,ରଞ୍ଜିତ ଚୌଧୁରୀ, ବିଜେପି ଯୁବନେତା ଶୁଭାଶିଷ ମିଶ୍ର ଯୋଗଦେଇ ଥିଲେ,

କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଅନୁଷ୍ଠାନ ପକ୍ଷରୁ ଆମନ୍ତ୍ରିତ ଅତିଥି ଙ୍କୁ ସମ୍ମାନୀତ କରାଯାଇଥିଲା, ଆୟୋଜିତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ ଅନୁଷ୍ଠାନ ର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ସବୁବେଳେ ଅନୁଷ୍ଠାନ ପ୍ରତି ସାହାଯ୍ୟ ଓ ସହୋଯୋଗ ରହିବ ବୋଲି କହିଥିଲେ, ଅନୁଷ୍ଠାନ ର ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଟିକି ଦଣ୍ଡିଆ, କୋଷାଧ୍ୟକ୍ଷ ଜଗନ୍ନାଥ ବିଷୋୟୀ ସହ ସମ୍ପାଦକ ଚରଣ ବିନ୍ଧାଣୀ, ବରିଷ୍ଠ କଳାକାର ତଥା ଏନ, ଏସ, ଡି ଆନ୍ ଯଦୁ ନନ୍ଦନ, ବଶିଷ୍ଠ କଣ୍ଠ ଶିଳ୍ପୀ ବିଶ୍ୱଜିତ୍ ସାହୁ, ବରିଷ୍ଠ ଅଭିନେତା ଦକ୍ଷ ପ୍ରଜାପତି ବିନ୍ଧାଣୀ, ନୃତ୍ୟ ପ୍ରଶିକ୍ଷକ ରାଜେଶ ବେହେରା, କ୍ଷୀରୋଦ କୁମାର ଦଣ୍ଡସେନା, ବରିଷ୍ଠ ମଞ୍ଚ କଳାକାର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଭାଗିରଥି ଗାଉଁଟିଆ, ତବଲା ବାଦକ ମାୟାଧର ପାତ୍ର,ମ୍ୟୁଜିକ ସିଆନ ଆଶ୍ୱିନ ପ୍ରଧାନୀ ଙ୍କ ସମେତ ଚାଳିଶ ରୁ ଉର୍ଦ୍ଧ୍ବ କଳାକାର ଉପସ୍ଥିତ ଥିଲେ l

You might also like
error: Content is protected !!