ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ତାଲିମ ଶିବିର ବାଲିଗୁଡା,୧୧/୧୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ପି. ପଦ୍ମା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶ୍ରୀ ପଣ୍ଡା ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ମତବ୍ୟକ୍ତ ପ୍ରଦାନ କରିବା ସହ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଥିବା ମାଗଣା ଚିକିତ୍ସା ସମ୍ପର୍କରେ ବୁଝାଇଥିଲେ । ବିଭିନ୍ନ ବ୍ଲକରେ ଖାଲିପଡିଥିବା ଅଙ୍ଗନବାଡି଼ ଓ ସହାୟକଙ୍କ ପଦବୀ ସହ କେନ୍ଦ୍ର ଗୁଡିକର ସ୍ଥିତି ସମ୍ପର୍କରେ ଉପ-ଜିଲ୍ଲାପାଳ ଆଲୋଚନା କରିଥିଲେ । ଖାଲି ପଡ଼ିଥିବା ପଦବୀକୁ ଯଥା ଶୀଘ୍ର ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସକ୍ଷମ ଅଙ୍ଗନବାଡି଼ରେ କ'ଣ ସବୁ ସୁବିଧା ଅସୁବିଧା ରହିଛି ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ବୈଠକରେ ବ୍ଲକରୁ ଆସିଥିବା କର୍ମୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସୁବିଧା ବିଷୟରେ ଉପ-ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସମସ୍ୟା ଗୁଡିକର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ । ଏଥିରେ ପ୍ରତ୍ୟେକ ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ମହିଳା ସୁପରଭାଇଜର ମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । Galleryନ୍ୟୁଜ By News Nerve Posted On Dec 11, 2025 Share Share