ମାନବ ଅଧିକାର ଦିବସ ପାଳିତ ମାନବ ଅଧିକାର ଦିବସ ପାଳିତ ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)ଗଞ୍ଜାମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଜିଲ୍ଲା କୋର୍ଟ ପରିସର ସ୍ଥିତ ଯୁଡିସିଆଲ୍ ଏକାଡେମୀ କୋଠରୀରେ ମାନବ ଅଧିକାର ଦିବସ ପାଳନ ହୋଇଥିଲା l ଏଥିରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆୟୁଷ୍ଠାନ ମହନ୍ତ, କମର୍ସିୟାଲ୍ କୋର୍ଟ ବିଚାରପତି ଅସିତ ସିଂ, ଜିଲ୍ଲାପାଳ ଭି କୀର୍ତ୍ତିଭାସନ୍, ବ୍ରହ୍ମପୁର ଏସ୍ପି ଡ଼ା ସର୍ବଶା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ସମେତ ଗଞ୍ଜାମ ବାର ଆଶ୍ସୋସିଏସନ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ l ମାନବିକ ଅଧିକାର ଓ ଏନେଇ ପ୍ରଚଳିତ ଆଇନ୍ଗତ ଦିଗ ପ୍ରତି ଗୁରୁତ୍ୱାରୋପ କରି ବିଶେଷ କରି ସମାଜର ମହିଳା, ଆର୍ଥକ ଅନଗ୍ରସର, ଶିଶୁ, ନାବାଳକ, ନାବାଳିକା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତାଙ୍କ ଅଧିକାର ନେଇ ଆଲୋଚନା କରାଯାଇଥୁଲl l କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ନାୟକ ପରିଚାଳନା କରିଥିବା ବେଳେ ବହୁ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ By News Nerve Posted On Dec 11, 2025 Share Share