ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମର ଶିକ୍ଷାର୍ଥୀ ଅଜୟଙ୍କ ଜାତୀୟ ସ୍ତରରେ କୃତିତ୍ୱ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟୟନରତ ସ୍ନାତକ ଶେଷ ବର୍ଷର ଛାତ୍ର ତଥା ଏନ.ସି.ସି. ର ସିନିଅର ଅଣ୍ଡର ଅଫିସର ଅଜୟ କୁମାର ବେହେରା ପର୍ବତାରୋହଣ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଅଂଶ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ତଥା ଓଡ଼ିଆ ବିଭାଗ ସମେତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ (ଏନ. ସି. ସି )ପାଇଁ ସୁନାମ ନେଇ ଆସିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଏହି କ୍ୟାମ୍ପ ଦକ୍ଷିଣ ସିକିମ୍ ଠାରେ ଆୟୋଜିତ ହୋଇ ଥିଲା ।ଏହି କ୍ୟାମ୍ପ ନିମନ୍ତେ ସର୍ବଭାରତୀୟ ସ୍ତରରେ ୪୦ ଜଣ ସମର ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିଲେ ୫ ଜଣ ସମର ଶିକ୍ଷାର୍ଥୀ। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଏନ୍. ସି.ସି. ୟୁନିଟ୍ ର ସିନିଅର ଅଣ୍ଡର ଅଫିସର ଅଜୟ କୁମାର ବେହେରା। ଦକ୍ଷିଣ ସିକିମ ଠାରେ କିଛିଦିନ ପ୍ରଶିକ୍ଷଣ ପରେ ଉତ୍ତର ସିକିମର ବରଫାଚ୍ଛନ କାଞ୍ଚନଜଙ୍ଘା ଅଞ୍ଚଳକୁ ପ୍ରଶିକ୍ଷଣ ପାଇଁ ଯାଇଥିଲେ । ସେଠାରେ ୧୦ ଡିଗ୍ରୀ ଭଳି ଥଣ୍ଡାରେ ପ୍ରଶିକ୍ଷଣ ସହ ୧୬୭୬୦ ଫୁଟ ଉଚ୍ଚତା ବିଶିଷ୍ଟ ପର୍ବତାରୋହଣ କରି ରେକର୍ଡ କରିଥିଲେ । ଯାହା ଗର୍ବ ଓ ଗୌରବର ବିଷୟ l କେବଳ ପର୍ବତାରୋହଣ ନୁହେଁ ଅଜୟ କୁମାର ବେହେରା ଏହି ପ୍ରଶିକ୍ଷଣ ଅବସରରେ ଆମ ଓଡ଼ିଆ ତଥା ଦକ୍ଷିଣ ଓଡ଼ିଶାର ଭାଷା ,ସାହିତ୍ୟ ତଥା ସଂସ୍କୃତିକୁ ପ୍ରତିନିଧିତ୍ୱ କରିବା ସହ ଅନ୍ୟ ରାଜ୍ୟର ସଂସ୍କୃତି ସମ୍ପର୍କରେ ଅବଗତ ହୋଇଛନ୍ତି l ଉଲ୍ଲେଖନୀୟ ବିଷୟ ଏହା ଯେ ଭୟାନକ ଥଣ୍ଡାରେ ପ୍ରଶିକ୍ଷଣ ନେବା ୧୬ ହଜାର ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା ଅତିକ୍ରମ କରିବା, ଓଡ଼ିଶା ତଥା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ଵ କରିବା ନିଶ୍ଚୟ ଗର୍ବର ବିଷୟ। ଅଜୟ କୁମାର ବେହେରାଙ୍କ ଏହି ସଫଳତାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ଼. ମନୋଜ କୁମାର ପଟ୍ଟନାୟକ,ଛାତ୍ର କଲ୍ୟାଣ ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ,ଉପ କୁଳସଚିବ ଡ଼. ପ୍ରଶାନ୍ତ କୁମାର ନରେନ୍ଦ୍ର, ଏନ. ସି. ସି ଆର୍ମି ୟୁନିଟର ସହଯୋଗୀ ଅଫିସର ତଥା ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ କ୍ୟାପଟେନ ଡ. ଯତୀନ ବିଷୋୟୀ, ନାଭାଲ ୟୁନିଟ ସହାୟକ ଡ. ସୁଶୀଲ କୁମାର ରାଠୋର ସମେତ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼. ମନୋରଞ୍ଜନ ବିଷୋୟୀ, ଅଧ୍ୟାପିକା ସ୍ବର୍ଣ୍ଣଲତା ବିଷୋୟୀ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ତଥା ସମର ଶିକ୍ଷାର୍ଥୀ ବାହିନୀରେ ସମସ୍ତ ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି ।

You might also like
error: Content is protected !!