ରକ୍ତଦାନ ଶିବିର ଅନୁଷ୍ଟିତ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-

ବ୍ରହ୍ମପୁର ରେଡ଼ିଓ ଷ୍ଟେସନ ନିକଟସ୍ଥ ଏଚଡିଏଫସି ବ୍ୟାଙ୍କ ଲୋଚାପଡା ଶାଖା ପକ୍ଷରୁ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ମ୍ୟାନେଜେର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବ୍ୟାଙ୍କ କଲୋନୀ କମିଟି ର ଡ଼ଃ ଶଙ୍କର ମାଝୀ, ରମେଶ ମହାପାତ୍ର, ପୃଥ୍ୱୀରାଜ ସିଂ, ସିମାଞ୍ଚଳ ପଣ୍ଡା, ରାମ ପ୍ରସାଦ ଦାସ , ବିଜୟ ଦାସ ପ୍ରମୁଖ ଯୋଗଦେଇ ବ୍ୟାଙ୍କ ର ରକ୍ତଦାନ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ।ବ୍ୟାଙ୍କ ମ୍ୟାନେଜେର ଦିବ୍ୟ ରଞ୍ଜନ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ପରିଚାଳନା ରେ ବ୍ୟାଙ୍କ କର୍ମଚାରୀ, କୁନାଲ ସାହୁ, ସତ୍ୟମ ବେହେରା, ଅଚ୍ୟୁତ ଜେନା, ନିରାମୟୀ ସାମନ୍ତରାୟ, ସମୀର ଦାଶ ସହଯୋଗ କରିଥିଲେ l ୩୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

You might also like
error: Content is protected !!