ଖାଜାଷ୍ଟ୍ରିଟ୍ ପ୍ରୀମିୟର ଲିଗ୍ – ୨୦୨୫ ଉଦଘାଟିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଖାଜାଷ୍ଟ୍ରିଟ୍ ପ୍ରୀମିୟର ଲିଗ୍ – ୨୦୨୫ ଉଦଘାଟିତ ସୋମବାର ଠାରୁ ଆରମ୍ଭ ହୋଇଛି। ସୁରଜ ବିହାର ଷଷ୍ଠ ଲାଇନ ସ୍ଥିତ ପଡିଆରେ ଜିଏମସିଏ ( ଗଞ୍ଜାମ ମୁସଲିମ ସାଂସ୍କୃତିକ ସଂଘ ) ପକ୍ଷରୁ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଛି। ଗତ କିଛିବର୍ଷ ହେବ ଏହି ଟୁର୍ଣ୍ଣମେଣ୍ଟ ଆୟୋଜନ କରାଯାଇଥିବା ସହ ଚଳିତ ବର୍ଷ ହେଉଛି ଚତୁର୍ଥ ସଂସ୍କରଣ।ସୋମବାର ପୂର୍ବାହ୍ନ ସମୟର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ ଓ ୨୧ ନଂ ୱାର୍ଡ କର୍ପୋରେଟର ଡି.କରୁଣାକର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟୁର୍ଣ୍ଣମେଣ୍ଟ ଚଳିତ ବର୍ଷ ଡିସେମ୍ବର ୦୧ ରୁ ୧୦ ପଯ୍ୟନ୍ତ ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବ।ଏଥିରେ ଛଅ ଗୋଟି ଟିମ ଭାଗ ନେଇଥିବା ବେଳେ ମୋଟ ୧୮ ଗୋଟେ ମ୍ୟାଚ୍ ଖେଳାଯିବ,ସେଥିରେ ୧୫ ଗୋଟି ଲିଗ୍ ମ୍ୟାଚ ,ଦୁଇଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ରହିଛି। ଏମସିସି ଓ ଜିଏମସିଏ ସହଯୋଗରେ ସମସ୍ତ ଆୟୋଜନ କରାଯାଇଛି।

You might also like
error: Content is protected !!