ବାଲିଗୁଡ଼ା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ବାଲିଗୁଡା: ୧୩/୧୧ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସଚେତନତା ଶୋଭାଯାତ୍ରା ସ୍ଥାନିୟ ବସ୍ ଷ୍ଟାଣ୍ଡ ପରିସରରୁ ବାହାରି ସହର ପରିକ୍ରମା କରିଥିଲେl ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଆଇଆଇସି ସମ୍ବିତ କୁମାର ସ୍ବାଇଁ,ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମଣ ପାଳ, କଲେଜ ଛାତ୍ର, ଛାତ୍ରୀ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ lଏହି ଶୋଭାଯାତ୍ରା ଟି ବିଏସଏନଏଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରେ ଏକ ସଚେତନତା ଉପରେ ଏକ ବୈଠକ ହୋଇଥିଲା l ଲୋକେ ଡିଜିଟାଲ ମାଧ୍ୟମରେ କିଭଳି ଠକାଇ ହେଇଛନ୍ତି ଏବଂ ସାଇବର ଠକେଇ ଉପରେ ପୁଙ୍ଖା ନୁ ପୁଙ୍ଖା ଭାବେ ଆଲୋଚନା କରିଥିଲେ l ଜନସାଧାରଣ ସାଇବର ଠକାମୀ ରେ ଶିକାର ହେଲେ ସାଇବର ହେଲ୍ସ ଲାଇନର ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ l

You might also like
error: Content is protected !!