ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେସାଇବର୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ର ସାହୁ):-

: ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ (ଆଇ.କ୍ୟୁ.ଏ.ସି.) ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ଏକ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ପୋଲିସ୍ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର୍ ପ୍ରମିଳା ଖାଡ଼ଙ୍ଗା ଅଧ୍ୟକ୍ଷତା କରିବା ସଂଗେ ସଂଗେ ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରସାର, ଇଣ୍ଟରନେଟ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଯୁଗରେ ସାଇବର୍ ଅପରାଧ ବୃଦ୍ଧି ପାଉଥିବାରୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଡି.ଏସ୍.ପି. ଅକ୍ଷୟ କୁମାର ପଣ୍ଡା, ବ୍ରହ୍ମପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ରାମ ସୁବ୍ରମଣ୍ୟମ୍ ପ୍ରଧାନ, ବଡ଼ବଜାର ସାଇବର୍ ପୋଲିସ୍ ଏକ୍ସପର୍ଟ ଅଜିତ୍ କୁମାର ଗୌଡ଼, ବଡ଼ବଜାର ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ପ୍ରମୁଖ ଯୋଗଦେଇ ସାଇବର୍ ଅପରାଧର ଭିନ୍ନ ଭିନ୍ନ ତରିକା ବିଷୟରେ ସୂଚନା ଦେବା ସହ ସାଇବର୍ ସୁରକ୍ଷା ତଥା ନିରାପତ୍ତା ନିମନ୍ତେ କି କି ସତର୍କତା ଅବଲମ୍ବନ କରିବାକୁ ହେବ, ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଡ. ଚିତ୍ତରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଡ. ଶିବାନୀ ମିଶ୍ର, ଡ. ସୁଶାନ୍ତ ଵୀରୋ ଓ ଡ. ଅଚ୍ୟୁତ ବିଶ୍ୱାଳ ସହଯୋଗ କରିଥିଲେ l ମହାବିଦ୍ୟାଳୟ ପ୍ରାଶାସନିକ ଅଧିକାରୀ ଡ. ଆନନ୍ଦ ସେଠୀ, ଇତିହାସ ବିଭାଗ ମୁଖ୍ୟ ଡ. ଦେବରାଜ ସ୍ୱାଇଁ ଓ ହିନ୍ଦୀ ବିଭାଗ ମୁଖ୍ୟ ଡ. ଗଙ୍ଗାଧର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଅନୁଷ୍ଠିତ ସାଇବର୍ ନିରାପତ୍ତା କୁଇଜ୍ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିବା ସୁଧାଂଶୁ ନାୟକ, ତୁଳସୀ ନାୟକ, ରୁଦ୍ର ନାରାୟଣ ବେହେରା ଓ ସିନୁ କୁମାର ପୃଷ୍ଟିଙ୍କୁ ପୁରସ୍କୃତ କରାଯାଇଥିଲା l

You might also like
error: Content is protected !!