ବାଲିଗୁଡା: ୧୧/୧୧ (ସୁକାନ୍ତ କୁମାର ତ୍ରିପାଠୀ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ

ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନା ଭୁକ୍ତ ହୋଇ ଲାଭ ଉଠେଇବା ପାଇଁ ଆଜି କନ୍ଧମାଳ ଜିଲ୍ଲା

ର ବାଲିଗୁଡ଼ା ବ୍ଲକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ତହସିଲଦାର ଦୀପ୍ତି

ପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମଲ୍ଲିକ, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ବାଲିଗୁଡ଼ା ଉପଖଣ୍ଡ

ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ସୁନ୍ଦର ଉପଦେଶ ଦେଇଥିଲେ। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ

କଲ୍ୟାଣ ଯୋଜନା,ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ। ଏହି ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡ଼ିଏସ, ପ୍ରାଣୀ ବିଭାଗ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନୀ

ହୋଇଥିଲା।ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ମାନଙ୍କୁ ଗୋ ଆ ହେଡ ଲେଟର ମଧ୍ୟ ପ୍ରଦାନ କରାଯାଇଥିଲା। ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ

ଅଧ୍ୟାପକ ବିଭୂତି ଭୂଷଣ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ରାକେଶ ମହାନ୍ତି,ଙ୍କ ସହ ବ୍ଲକ ର ସମସ୍ତ ପ୍ରାଣିଧନ ନିରୀକ୍ଷକ ସହଯୋଗ କରିଥିଲେ।
