ବାଲିଗୁଡା,୨୩/୧୦(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଥାନା ପ ତ୍ରିବେଦୀ ପାର୍କ ଛକ ଓ ଆଦିବାସୀ ମହାବିଦ୍ୟାଳୟ ପରିସର ମଧ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି, ଏବଂ ସହର ରେ ପଥପ୍ରାନ୍ତ ରାଲି ସହିତ ସଚେତନ ରଥ ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି, କନ୍ଧମାଳ ଏସ ପି ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଅତିରିକ୍ତ ଏସ.ପି ବିଭୁତି ମହାପାତ୍ର, ଫୁଲବାଣୀ ଡି ଏସ ପି ମାନସ ରଞ୍ଜନ ବାରିକ ବାଲିଗୁଡା ଥାନା ଅଧିକାରୀ ସମ୍ବିଡ କୁମାର ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ରଞ୍ଜନ ବେହେରା , ଫୁଲବାଣୀ ସାଇବର ଥାନା ଅଧିକାରୀ ଗେଲି କୁମାରୀ ସାହୁ ବାଲିଗୁଡ଼ା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ,






ବିଜେପି ମହିଳା ସଭାନେତ୍ରୀ ସ୍ନେହଲତା ବେହେରା, ଅନିତା ନାୟକ ପ୍ରମୁଖ ଯୋଗଦେଇ ଥିଲେ,ବର୍ତ୍ତମାନ ସମାଜ ର ସବୁ ବର୍ଗର ଲୋକଙ୍କ ପାଇଁ ସ୍ମାର୍ଟ ଫୋନ ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି l ସାଇବର ଠକ ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ମାର୍ଟ ଫୋନ ମାଧ୍ୟମ ରେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି, ମିଛ କଲ ରେ ଭୟଭୀତ ନହୋଇ ବ୍ୟକ୍ତିଗତ ତଥ୍ୟ କୁ ସେୟାର ନ କରିବାକୁ ପରାମର୍ଶ ଦିଆଯାଇଛି, ସାଇବର ଠକାମୀ ସ୍ବୀକାର ନ ହେବା ପାଇଁ ସଚେତନ ସବୁଠୁ ବଡ଼ ଅସ୍ତ୍ର, ଆମେ ଯଦି ସଚେତନ ହେବା ନିଶ୍ଚିତ ସୁରକ୍ଷିତ ରହିବା ଆମ ବହୁମୂଲ୍ୟ ଧନ ଏବଂ ଜୀବନ ସୁରକ୍ଷିତ ରହିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମାନେ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବହୁ କଲେଜ ଛାତ୍ର ଛାତ୍ରୀ ସାଧାରଣ ଜନତା ଉପସ୍ଥିତ ଥିଲେ l