ଭାରତ ବିକାଶ ପରିଷଦ ତରଫରୁ ସାମୁହିକ ସଂଗୀତ ପ୍ରତିଯୋଗୀତା

ବ୍ରହ୍ମପୁର,(ବିଚିତ୍ର ସାହୁ):- ରାମହରି ନଗର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଭାରତ ବିକାଶ ପରିଷଦ” ବ୍ରହ୍ମପୁର ଶାଖ ତରଫରୁ, ରାଷ୍ଟ୍ରୀୟ ସାମୁହିକ ସଂଗିତଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀ ଗଣ ଅଂଶଗ୍ରହଣ କରିଥିଲେ। ପରିଷଦ ସଭାପତି ଇଂ.ସିମାଞ୍ଚଳ ଦାସ ଙ୍କ ନେତୃତ୍ବ ଓ ଇଂ.ନାରାୟଣ ପାଢିଙ୍କ ଆବାହକତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ବିଚାରକ ମଣ୍ଡଳୀ ଭାବେ, ଶିଶିର ଚନ୍ଦ୍ର ମିଶ୍ର, ଶ୍ରୀମତି ଚିରସ୍ରୋତା ମିଶ୍ର ଓ ଡଃ ରବି ନାରାୟଣ ବେହେରା ଦାୟୀତ୍ବ ତୁଲାଇ ଥିଲାବେଳେ ପରିଷଦର ପ୍ରାନ୍ତୀୟ ମହା ସଚିବ,(ଓଡ଼ିଶା ପୂର୍ବପ୍ରାନ୍ତ) ସୌମେନ୍ଦ୍ର ଦାସ ପର୍ଯ୍ୟବେକ୍ଷକ ଅତିଥି,କ୍ଷେତ୍ରୀୟ ସେବା ସଚିବ (ଓଡ଼ିଶା) ପ୍ରଶନ୍ନ କୁମାର ଛୋଟରାୟ ଅତିଥି ତଥା ରାମ ହରି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସମ୍ପାଦକ ଇଂ.ମମତା ପାଣିଗ୍ରାହୀ ସମ୍ନାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ପ୍ରତିଯୋଗିତାରେ ଡି.ଏ.ଭି ପାବ୍ଳିକ୍ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ରାମ ହରି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱିତୀୟ ଓ ନାଳନ୍ଦା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା। ବିଜେତା ସ୍କୁଲକୁ ଟ୍ରଫି ପ୍ରଦାନ ସହ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହନ ମୂଳକ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଷଦ ସମ୍ପାଦକ G.ଶିବରାମ୍ ରେଡି ଙ୍କ ତତ୍ୱାବଧାନରେ ପରିଚାଳିତ ଉକ୍ତ କାର୍ଯ୍ୟ କ୍ରମରେ ,ପରିଷଦର ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଦସ୍ୟ ସଦସ୍ୟା ଯଥା….! ପ୍ରଫୁଲ୍ଲ କୁମାର ପଣ୍ଡା,ବିଜୟ ଚନ୍ଦ୍ର ପାଢ଼ୀ, ସନ୍ତୋଷ କୁମାର ପଣ୍ଡା, ସୁଜାତା ମହାପାତ୍ର,M.କ୍ରଷ୍ଟ୍ନା, ଯାଜ୍ଞସେନି ଦେବି, ଉମା ଶଙ୍କର ପାଣି, ପ୍ରକାଶ ଚନ୍ଦ୍ର ଭାଯାନି,କାଶି ବିଶ୍ୱନାଥ ଚୌଧୁରୀ,ରବିନ୍ଦ୍ର କୁମାର ନାୟକ, ରମେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ କୁମାର ତ୍ରିପାଠୀ,ପ୍ରେମ୍ ଚାନ୍ଦ ପଣ୍ଡା,ଶରତ ଚନ୍ଦ୍ର ମୁନି ତଥା ଲିଙ୍ଗରାଜ ସାହୁ ଇତ୍ୟାଦି ସକ୍ରୀୟତା ପୂର୍ଣ୍ଣ ଅଂଶଗ୍ରହଣ କରିଥିେଲେ। ଉମା ଶଙ୍କର ପାଣି, (ମିଡିଆ ପ୍ରଭାରି)

Smart Computer Ad
You might also like
error: Content is protected !!