ପୀତବାସଙ୍କ ଦ୍ବାଦଶହ ସଭା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ହଳଦିଆପଦର ଓଭରବ୍ରିଜ୍ ନିକଟ ଚିଆରା ବ୍ୟାଙ୍କେଟ୍ କଲ୍ୟାଣ ମଣ୍ଡପ ଠାରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ,ଓଡ଼ିଶା ବାର୍ ସଦସ୍ୟ ସ୍ଵର୍ଗତ ପିତବାସ ପଣ୍ଡାଙ୍କ ଦ୍ବାଦଶହ ଦିବସରେ ଏକ”ସ୍ମୃତିଚାରଣ ସଭା”ଅନୁଷ୍ଟିତ ହୋଇଯାଇଛି l ଏଥି ସହ ଏକ”ସ୍ମରଣିକା ଉନ୍ମୋଚନ”ହୋଇଛି ।ପୀତବାସଙ୍କ ଦ୍ବାଦଶହ ସଭା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ସାଂସଦ, ବିଧାୟକ ଅନୀଲ କୁମାର ଏବଂ ରାଜ୍ୟ ଓ ଜିଲ୍ଲାର ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ, ଆଇନଜୀବୀ ଓ ସାମ୍ୱାଦିକ ଯୋଗଦାନ କରିଥଲେ l ଏଥିରେ ରାଜ୍ୟ ବାର ଅଧ୍ୟକ୍ଷ ଏବଂ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ l ସେ ଜଣେ ଜଣାଶୁଣା ଆଇନଜୀବୀ ,ସମାଜସେବୀ ଓ ବିଜେପିର ଜଣେ ଜଣାଶୁଣା ନେତା ଥିଲେ ବୋଲି ଅତିଥି ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଦୃଢତାର ସହ ତଦନ୍ତ ପ୍ରକ୍ରିୟା ଚାଲିଛି l ଘଟଣା ଯେଉଁ ମାନେ କରିଛନ୍ତି ଏବଂ ସାମିଲ ଅଛନ୍ତି ତାଙ୍କ ପ୍ରତି କୋଠରରୁ କୋଠର ଦଣ୍ଡ ଦିଆଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି l

You might also like
error: Content is protected !!