ବାଲିଗୁଡା: ୧୭/୧୦ (ସୁକାନ୍ତ କୁମାର ତ୍ରିପାଠୀ)ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟୀ ମାନେ ମତ ଦେଇଛନ୍ତି lପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥିବା ବେଳେ ପିଆଳ ୩୫, ଟମାଟୋ ୫୦ ଟଙ୍କା, ଫୁଲକୋଳି ୮୦, ବିନିସ ୧୦୦ ରୁ ୧୨୦, ଭେଣ୍ଡି ୪୦, ବନ୍ଧାକୋଳି ୪୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଜହ୍ନି ୬୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକ ରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡ଼ା ଶାଗ ବିଡା ୧୦ ରୁ ୧୫ ଟଙ୍କା ରହିଥିବା ଦେଖୁବାକୁ ମିଳିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥୁଲା କାର୍ତ୍ତିକ ରେ ପ୍ରାୟ ଦୁଇ ଗୁଣା ହୋଇଛି ।୨୦୦ ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି, କିଲେ ଜାଗାରେ ଅଢେଇ ଶହ ନେଉଛନ୍ତି ଖାଉଟି | କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା



ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥୁତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଲିଗୁଡା ବ୍ଳକର ବିଭିନ୍ନ ଆଖ ପାଖ ଗ୍ରାମାଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନୟାଗଡ, ଭୁବନେଶ୍ୱର ଭଳି ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା l କିନ୍ତୁ ଅଗଷ୍ଟ ଓ ସେପପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି ।ଏଥିପ୍ରତି ଉପଖଣ୍ଡ ପ୍ରଶାସନ ତରଫରୁ କୌଣସି ପ୍ରକାରେ ପ୍ରତି ବନ୍ଧକ ରହୁ ନ ଥିବାରୁ ଚାଷୀ ଓ଼ ପରିବା ବ୍ୟବସାୟୀ ମାନେ ନିଜ ମନମାନୀରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି l