ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି l ଗିରିରୋଡ଼ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାର୍ଲ୍ୟାର୍ପଣ ପୂର୍ବକ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା | ପଦଯାତ୍ରା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି (ବିଜିପୁର ଛକ) ଠାରୁ ଆରମ୍ଭ ହୋଇ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ସମାପ୍ତ ହୋଇଥିଲା | ସେଠାରେ ଅନୁଷ୍ଟିତ ସାଧାରଣ ସଭାରେ ନେତା ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ l ମେୟର ସଂଘମିତ୍ରା ଦଳାଇ,ଚନ୍ଦ୍ର ଶେଖର ସାହୁ,ସୁବାଷ ମହାରଣାଙ୍କ ସମେତ ମହିଳା, ପୁରୁଷ,ଯୁବ ଅଂଶ ଗ୍ରହଣ କରିଥିଲେ l ପଦଯାତ୍ରା ଆସନ୍ତା ମାସ ୯ତାରିଖରେ ଶେଷ ହେବ l

Smart Computer Ad
You might also like
error: Content is protected !!