ସମାଜ ସେବୀ ପ୍ରଭାକର ଙ୍କ ବଦାନ୍ୟତା, ଦୁର୍ଗପୁଜା ଅବସରରେ ଆର୍ଥିକ ଅନଗ୍ରସ ଓ ବରିଷ୍ଠ ନାଗରିକ ଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିବା ସହିତ ଆଶୀର୍ବାଦ ଗ୍ରହଣ କଲେ
ବାଲିଗୁଡା, ୦୨/୧୦(ସୁକାନ୍ତ କୁମାର ତ୍ରିପାଠୀ)ପ୍ରଭାକର ଙ୍କ ନିଆରା ଉଦ୍ୟମ, ବାଲିଗୁଡା ର ଜଣାଶୁଣା ସମାଜସେବୀ ପ୍ରଭାକର ନାୟକ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଆ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିବା ସହିତ ହୋମ ଯଜ୍ଞ ଆୟୋଜନ କରି ମାଆ ଦୁର୍ଗା ଙ୍କୁ କୃପାଭିକ୍ଷା କରିବା ସହିତ ଆର୍ଥିକ ସ୍ତରରେ ଅନଗ୍ରସ, ବାର୍ଦ୍ଧକ୍ୟ, ବିଧବା ମହିଳା ଓ ଗ୍ରାମର ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ନୂତନ ଜଙ୍ଗଲ ବଣ୍ଟନ କରି ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି l


ସ୍ୱର୍ଗତଃ ବାପା ଙ୍କ ଶେଷ କଥାକୁ ପାଳନ କରି ମାଆ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିବା ସହିତ ନୂତନ ବସ୍ତ୍ର ବଣ୍ଟନ କରୁଛନ୍ତି ବୋଲି ସେ କହିଛନ୍ତି , ମାନବ ସେବା ହିଁ ମାଧବ ସେବା ଏବଂ ବାଲିଗୁଡ଼ା ର ଆରାଧ୍ୟ ଦେବୀ ମାଆ ପାଟଖଣ୍ଡ, ଦୁର୍ଗା ଏବଂ ବରାଳ ଦେବୀ ଙ୍କ ଅପାର କୃପା ଯୋଗୁ ପରିବାର ମଧ୍ୟରେ ଶାନ୍ତି, ସମୃଦ୍ଧି ଆସୁଥିବା ବିଶ୍ୱାସ କରି ଦୀର୍ଘ ବର୍ଷ ହେବ ଏହି ପଦକ୍ଷେପ ଗ୍ରହଣ କରୁଥିବାରୁ ବିଭିନ୍ନ ମହଲ ରେ ପ୍ରଭାକର ଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି l
