ବାଲିଗୁଡା, ୨୪/୦୯ (ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ସାମୁହିକ ସଫେଇ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି lଏଥିରେ ବାଲିଗୁଡା ଏନଏସୀ ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ,ଏନଏସୀ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ସାଂସଦ ନଗର ପ୍ରତିନିଧି ଆଦିକନ୍ଧ ପଟନାୟକ,ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ଙ୍କ ସମେତ ପ୍ରଶାସନିକ ଅଧିକାରୀ,





ବୁଦ୍ଧିଜୀବୀ,ଏନଏସି କର୍ମଚାରୀ ଙ୍କ ସମେତ ସମସ୍ତ ଷ୍ଟାଫ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ lଏହି ଅବସରରେ ବାଲିଗୁଡା ବସ ଷ୍ଟାଣ୍ଡ ରୁ ବାହାରି ଗାନ୍ଧୀ ଛକ ଯାଇଁ ସାମୁହିକ ଭାବେ ସମସ୍ତେ ସଫେଇ କାର୍ଯ୍ୟ କରିଥିଲେ l

