ଶ୍ରୀ ନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ

ଛତ୍ରପୁର,(ବିଚିତ୍ର ସାହୁ):-

ଛତ୍ରପୁର ଜାତୀୟ ହିନ୍ଦୀ ସପ୍ତାହ ସେପ୍ଟେମ୍ବର 14 ରୁ 20 ତାରିଖ ମଧ୍ୟରେ ପାଳନ କରାଯାଉଥିବା ଅବସରରେ ଭାଟକୁମରଡ଼ା ଶ୍ରୀନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସନ୍ତୀ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହିନ୍ଦୁସ୍ତାନରେ ସମସ୍ତ ରାଜ୍ୟରେ ଭାବ ଓ ଭାବନା ପ୍ରକାଶ କରିବା ପାଇଁ ହିନ୍ଦୀ ଭାଷ ସର୍ବତ୍ର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କାରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିନ୍ଦୀ ଭାଷା ଅଧିକ ପ୍ରସାର ପାଇଁ ହିନ୍ଦୀ ଭାଷାରେ ଏକ ଛୋଟ କବିତା ସଂକଳନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲ l ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଭଗବାନ ତ୍ରିପାଠୀ ହିନ୍ଦୀ ଭାଷାର ଈତୀବୃତ୍ତି, ଏହାର ପ୍ରସାର, ରାଜଭାଷାର ମାନ୍ୟତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରି ଜାତୀୟ ସଂହତି ସୁରକ୍ଷାରେ ହିନ୍ଦୀ ଭାଷାର ଅଧିକ ପ୍ରଚାର ହେଵା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ଗତ ଦଶମ ବୋର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ କୁସୁମ ବେହରାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ହିନ୍ଦୀ ଶିକ୍ଷକ ଅନ୍ତର୍ଯ୍ୟାମୀ ଗୌଡ଼ ସଭାକୁ ସଂଚାଳନ କରି ଧନ୍ୟବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!